ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ସର୍ବାନନ୍ଦ, ମୁରୁଗାନ୍ ଓ ସୁସ୍ମିତା ଦେବ
କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, କେନ୍ଦ୍ରମନ୍ତ୍ରୀ ଏଲ୍ ମୁରୁଗାନ୍ ଏବଂ ତୃଣମୂଳ କଂଗ୍ରେସର ସୁସ୍ମିତା ଦେବ ନିର୍ଦ୍ୱନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସୁସ୍ମିତା ଦେବ କଂଗ୍ରେସ ଛାଡ଼ିବା ପରେ ତାଙ୍କୁ ଟିଏମସି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିଥିଲା। ସୁସ୍ମିତାଙ୍କୁ ଟିଏମସି ମନୋନୀତ କରିଥିବାରୁ ତାଙ୍କ ବିରୋଧରେ ଅନ୍ୟ କୌଣସି ରାଜନୀତିକ ଦଳ ପ୍ରାର୍ଥୀ ଦେଇ ନଥିଲେ। ଫଳରେ ତାଙ୍କୁ ଆଜି ବିଜେତା ଘୋଷଣା କରାଯାଇଛି। ପଶ୍ଚିମ ମେଦିନୀପୁରର ସାବଙ୍ଗରୁ ବିଧାନସଭା ନିର୍ବାଚନରେ ଜିତିବା ପରେ ଟିଏମସିର ମାନସ ଭୂୟାଁ ରାଜ୍ୟସଭା ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ, ଆଉ ସୁସ୍ମିତା ତାଙ୍କ ସ୍ଥାନରେ ରାଜ୍ୟସଭାକୁ ଯାଇଛନ୍ତି ।
ଆସାମରୁ ରାଜ୍ୟସଭାକୁ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କୁ ନିର୍ବାଚିତ ବୋଲି ଘୋଷଣା କରାଯାଇଛି। ଆସାମରୁ ଏହି ଆସନ ପାଇଁ ସୋନୋୱାଲ ଏକମାତ୍ର ପ୍ରାର୍ଥୀ ହୋଇଥିଲେ ଏବଂ ପ୍ରତ୍ୟାହାରର ଶେଷ ଦିନରେ ରିଟର୍ଣ୍ଣିଂ ଅଫିସର ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲେ।
ସେହିପରି ଏଲ ମୁରୁଗାନ୍ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଗତ ମାସରେ ସେ କଂଗ୍ରେସ ଛାଡି ଟିଏମସିରେ ଯୋଗ ଦେଇଥିଲେ । ମୁରୁଗାନ୍ ତାମିଲନାଡୁରୁ ଆସିଛନ୍ତି ଏବଂ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ ।
Powered by Froala Editor