ବାରବାଟୀ ଷ୍ଟାଡିୟମର ହେବ ନବକଳେବର, ଫ୍ଲୁଡ ଲାଇଟର ବଦଳିବ ରୂପରେଖ
କଟକ: ବାରବାଟୀ ଷ୍ଟାଡିୟମରେ ଲାଗିଥିବା ଫ୍ଲୁଡ ଲାଇଟର ରୂପରେଖ ବଦଳାଇବାକୁ ଓଡ଼ିଶା କି୍ରକେଟ ଆସୋସିଏସନ (ଓସିଏ) ଚିନ୍ତା କରୁଛି । ସାଧାରଣ ବଲବ ବଦଳରେ ଏଲଇଡି ଲଗାଇବାକୁ ଯୋଜନା ହେଉଛି । ତେବେ ଏ ନେଇ ଆଗାମୀ ଦିନରେ ଆପେକ୍ସ କାଉନସିଲରେ ପ୍ରସ୍ତାବ ଦେଇ ବ୍ୟବସ୍ଥା କରାଯିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ପ୍ରକାଶ କରିଛନ୍ତି । ସେହିପରି ସମ୍ପୂର୍ଣ୍ଣ ଷ୍ଟାଡିୟମକୁ ଅଗ୍ନି ନିର୍ବାପକ ବ୍ୟବସ୍ଥାରେ ସାମିଲ କରିବାକୁ ଯୋଜନା ହେଉଛି । ୨୦୨୨ ମସିହା ଫେବୃୟାରୀ ୧୫ରେ ହେବାକୁ ଥିବା ଭାରତ ୱେଷ୍ଟଇଣ୍ଡିଜ ଟି-୨୦ ପୂର୍ବରୁ ଏ ସବୁ ନବକଳେବର କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ବାରବାଟୀ ଷ୍ଟାଡିୟମରେ ପଡ଼ିଆ କାମ ଅକ୍ଟୋବର ଶେଷ ସୁଦ୍ଧା ଶେଷ ହେବ । ଅତ୍ୟାଧୁନିକ ଢ଼ାଞ୍ଚାରେ ପଡ଼ିଆ ଓ ପିଚ ପ୍ରସ୍ତୁତ କରାଯାଇଥିବାରୁ ଏହା ଉପରେ କିଛି ଅଭ୍ୟାସ ମ୍ୟାଚ ଆୟୋଜନ କରାଯିବ । ତେଣୁ ଡିସେମ୍ବର ସୁଦ୍ଧା ପଡିଆରେ ମ୍ୟାଚ ଖେଳାଇ ପିଚ ଓ ଆଉଟ ଫିଲ୍ଡର ସ୍ଥିତି ଜାଣିବାକୁ ଓସିଏ ଯୋଜନା କରୁଛି ।
Powered by Froala Editor