ଯୋଧପୁରରେ ଆଲିଆ-ରଣବୀର, ଜାଣନ୍ତୁ କାହିଁକି...

ମୁମ୍ବାଇ: ବଲିଉଡ୍ର ଷ୍ଟାର ଯୋଡ଼ି ରଣବୀର କପୁର ଓ ଆଲିଆଙ୍କୁ ଏକାଠି ଯୋଧପୁର ବିମାନବନ୍ଦରରେ ଦେଖିବା ପରେ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିବାହ ସ୍ଥାନ ଠିକ୍ କରିବାକୁ ଉଭୟ ସେଠାକୁ ଯାଇଥିବା ଶୁଣିବାକୁ ମିଳୁଛି । ହେଲେ ଏନେଇ ଉଭୟଙ୍କ ପକ୍ଷରୁ ଅଫିସିଆଲି କିଛି ଘୋଷଣା କରାଯାଇ ନାହିଁ ।
ଆସନ୍ତା ୨୯ ତାରିଖରେ ରଣବୀର କପୁର ୩୯ତମ ଜନ୍ମଦିନ । ଏହାକୁ ସେଲିବ୍ରେସନ୍ ପାଇଁ ଆଲିଆ-ରଣବୀର ଯୋଧପୁରରେ ପହଂଚିଥିବା ମଧ୍ୟ କୁହାଯାଉଛି । କାରଣ ଗତ ବର୍ଷ ରଣବୀର ନିଜ ପରିବାର ସହ ଜନ୍ମଦିନ ଉତ୍ସବ ପାଳନ କରିଥିବା ବେଳେ ଆଲିଆ ମଧ୍ୟ ସାଙ୍ଗରେ ଥିଲେ ।
ନିଜ ବିବାହ ସମ୍ପର୍କୀତ ଏକ ପ୍ରଶ୍ନରେ ଗତବର୍ଷ ରଣବୀର କହିଥିଲେ ଯେ ଯଦି କରୋନା ମହାମାରୀ ଆସିନଥାନ୍ତା, ତା’ହେଲେ ବିବାହ ହୋଇସାରନ୍ତାଣି । ରଣବୀରଙ୍କ ଏହି ମନ୍ତବ୍ୟ ପରେ ଆଲିଆଙ୍କ ସହ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିବାକୁ ଲାଗିଲା । କିନ୍ତୁ ଉଭୟ ଏହି ମାମଲାରେ ଚୁପ୍ ରହିବାକୁ ପସନ୍ଦ କରିଥିବା ବେଳେ ଏବେ ଯୋଧପୁର ଟ୍ରିପ୍ ପଛର ପ୍ରକୃତ କାରଣ କ'ଣ ତାହା ଆଗାମୀ ଦିନରେ ଜଣାପଡ଼଼ିବ ।
Powered by Froala Editor