ଆଜି ରାଜ୍ୟରେ ୪୪୪ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟ ଦିନକୁ ଦିନ କରୋନା ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୫୮ ଜଣ ରହିଥିବାବେଳେ ୧୮୬ ସ୍ଥାନୀୟ ସଂକ୍ରମଣ ରହିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୦-୧୮ବର୍ଷ ବୟସ ବର୍ଗର ୫୯ ଜଣ ରହିଛିନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଅନୁଗୁଳରୁ ୮, ବାଲେଶ୍ୱରରୁ ୧୬, ବରଗଡରୁ ୧, ଭଦ୍ରକରୁ ୪, ବଲାଙ୍ଗୀରରୁ ୩, କଟକରୁ ୭୩, ଦେବଗଡରୁ ୧, ଢେଙ୍କାନାଳରୁ ୩, ଗଞ୍ଜାମରୁ ୬, ଜଗତସିଂହପୁରରୁ ୧୩, ଯାଜପୁରରୁ ୨୨, ଝାରସୁଗୁଡାରୁ ୩, କେନ୍ଦ୍ରାପଡାରୁ ୫, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୧୭୦, ମୟୂରଭଞ୍ଜରୁ ୩୭, ନୟାଗଡରୁ ୮, ନୂଆପଡାରୁ ୧, ପୁରୀରୁ ୭, ରାୟଗଡାରୁ ୯, ସମ୍ବଲପୁରରୁ ୭, ସୋନପୁରରୁ ୨, ସୁନ୍ଦରଗଡରୁ ୫ ଓ ରାଜ୍ୟପୁଲରୁ ୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୪ହଜାର ୭୬୪କୁ ବୃଦ୍ଧି ପାଇଛି ।
Powered by Froala Editor