ପାର୍ବଣ ଅଫର, ଜାଣନ୍ତୁ କେବେ
ନୂଆଦିଲ୍ଲୀ: ଦଶହରା ଏବଂ ଦୀପାବଳି ସମୟରେ ଭାରତରେ ଲୋକମାନେ ଅଧିକ ମାତ୍ରାରେ କିଣାକିଣି କରନ୍ତି । ଇଲେକ୍ଟ୍ରୋନିକ୍ସ, ମୋବାଇଲ ଫୋନ କମ୍ପାନି ଆଦି ଅନେକ ଉତ୍ପାଦ ମଧ୍ୟ ଏହି ସମୟରେ ବଜାରକୁ ଆଣିଥାନ୍ତି । ଆକର୍ଷଣୀୟ ଅଫର ଗ୍ରାହକଙ୍କୁ ଉଭୟ ଅଫଲାଇନ ଓ ଅନଲାଇନରେ ପ୍ରଦାନ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଅନଲାଇନରେ ସାମଗ୍ରୀ ବିକ୍ରି କରୁଥିବା ଆମାଜନ୍ ଏବଂ ଫ୍ଲିପକାର୍ଟ ଏହି ସମୟରେ ସେମାନଙ୍କ ସ୍ୱତନ୍ତ୍ର ସେଲ ଘୋଷଣା କରିଛନ୍ତି । ଫ୍ଲିପକାର୍ଟ ଦି ବିଗ୍ ବିଲିଅନ ଡେ ସେଲ୍ ନାମରେ ଏହାର ଅଫର୍ ଆଣିଥାଏ । ସେହିଭଳି ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ ନାମରେ ଅଫର୍ ଦେଇଥାଏ । ଚଳିତବର୍ଷ ପାଇଁ ଆମାଜନର ଗ୍ରେଟ୍ ଇଣ୍ଡିଆନ୍ ସେଲ ଅକ୍ଟୋବର ୪ ତାରିଖରୁ ଆରମ୍ଭ ହେବ । ତେବେ ଏହା ଗତବର୍ଷ ପରି ଏହା ଏକମାସ ଧରି ଚାଲିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ଫ୍ଲିପକାର୍ଟ ପକ୍ଷରୁ ବିଗ୍ ବିଲିଅନ ଡେ ସେଲ୍ ଅକ୍ଟୋବର ୩ରୁ ୧୦ ତାରିଖ ପର୍ଯ୍ୟନ୍ତ ୮ ଦିନ ପାଇଁ ଚାଲିବ ବୋଲି ଘୋଷଣା କରାଯାଇଛି । ଗ୍ରାହକମାନଙ୍କୁ ୧୦ ପ୍ରତିଶତ ଇନଷ୍ଟାଣ୍ଟ୍ ଡିସକାଉଣ୍ଟ ଦେବା ଲାଗି ଆମାଜନ ଚଳିତବର୍ଷ ଏଚଡିଏଫସି ବ୍ୟାଙ୍କ ସହିତ ଏବଂ ଫ୍ଲିପକାର୍ଟ ଆକ୍ସିସ ଓ ଆଇସିଆଇସିଆଇ ବ୍ୟାଙ୍କ ସହିତ ସହଯୋଗିତା ସ୍ଥାପନ କରିଛି । ପେଟିଏମ ୱାଲେଟ ଓ ୟୁପିଆଇ କାରବାରରେ ଫ୍ଲିପକାର୍ଟ ନିଶ୍ଚିତ କ୍ୟାସବ୍ୟାକ୍ ପ୍ରଦାନ କରିବାକୁ ଥିବାବେଳେ ଆମାଜନ ପେକୁ ବ୍ୟବହାର କରୁଥିବା ଗ୍ରାହକମାନେ ୟୁଟିଲିଟି ବିଲ, ଟିକଟ ବୁକିଂ ଏବଂ ଟଙ୍କା ପଠାଇବା ବେଳେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ସଂଚୟ କରିପାରିବେ । ଉଭୟ ସେମାନଙ୍କ ପ୍ରାଇମ ଗ୍ରାହକଙ୍କୁ ଆଗୁଆ ଦିପାବଳି ସେଲରେ ସାମଗ୍ରୀ କିଣିବା ସୁଯୋଗ ଦେବେ । ଫ୍ଲିପକାର୍ଟ କେତେକ ବ୍ରାଣ୍ଡକୁ ସୁପରଷ୍ଟାର୍ ବ୍ରାଣ୍ଡ ଭାବେ ପ୍ରଚାର କରୁଛି । ଏହି ବ୍ରାଣ୍ଡଗୁଡ଼ିକ ଉପରେ ୪୦ରୁ ୮୦% ପର୍ଯ୍ୟନ୍ତ ରିହାତି ମିଳିବ । ଆପଲ ଆଇଫୋନ ଉପରେ ଉଭୟ ଆକର୍ଷଣୀୟ ଡିଲ୍ ଘୋଷଣା କରିବେ । ଚଳିତମାସ ୨୭ରେ ଫ୍ଲିପକାର୍ଟ ଏବଂ ୨୮ରେ ଆମାଜନ୍ ଏହି ଅଫର ସଂପର୍କରେ ଘୋଷଣା କରିବ । ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ୭୦% ପର୍ଯ୍ୟନ୍ତ ରିହାତି ମିଳିବ । ଗ୍ରାହକମାନେ ମୋବାଇଲ ଆସେସୋରିଜ୍ ଏବଂ ୱିୟରବେଲସ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇବେ ।
Powered by Froala Editor