Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, August 30, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏନକାଉଣ୍ଟରରେ ହ୍ୟୁମାନ୍ ଜିପିଏସ୍ ନିହତ

  • ରାଜସ୍ଥାନ ବିଧାନସଭାରେ ପେନସନ ଆବେଦନ କଲେ ...

  • ଯୌତୁକ ଯନ୍ତ୍ରଣା : ଆତ୍ମହତ୍ୟା କଲେ ...

  • କାଲକାଜୀ ମନ୍ଦିର ସେବାଦାରଙ୍କୁ ପିଟି ...

  • ପାର୍ଟନରଙ୍କ ସହ ଏମିତି କଲେ ହୁଏ ସମ୍ପର୍କ ...

  • ଶପଥ ନେଲେ ସୁପ୍ରିମକୋର୍ଟର ୨ ନୂଆ ...

  • ଫିଲ୍ମ ‘କଲାମ: ଦ ମିସାଇଲ ମ୍ୟାନ୍‌ ଅଫ୍‌ ...

  • ପୂର୍ବତନ ବାଚସ୍ପତି ଆଣ୍ଡ୍ରି ...

  • ଚୀନରେ ପ୍ରଧାନମନ୍ତ୍ରୀ, ମୋଦୀଙ୍କୁ ଭବ୍ୟ ...

  • ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ...

ରାଜ୍ୟ
Home ›› ରାଜ୍ୟ ››ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା

2021-09-26 07:58:33
15041
Share:
Facebook
Twitter
E-Mail
WhatsApp
Telegram
ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା
ଜୀବନ ରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ସର୍ବାଧିକ ଗୁରୁତ୍ବ ।
 
ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କାର୍ଯ୍ୟ  ଓ କୋଭିଡ଼ ନିୟମ ପାଳନରେ  ପ୍ରଶାସନ କୁ ସହଯୋଗ କରିବା ପାଇଁ ଜନସାଧାରଣ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ନିବେଦନ 
 
୪୨ଟି ଓଡ୍ରାଫ ଓ ୨୪ ଟି NDRF ଓ ୧୦୩ଟି ଅଗ୍ନିଶମ ଦଳ ନିୟୋଜିତ
 
ଆସନ୍ତାକାଲି ପ୍ରଭିବିତ ୧୧ଟି ଜିଲ୍ଲାର ସ୍କୁଲ ବନ୍ଦ ରହିବ  
 
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ଦିଲ୍ଲୀରୁ ବାତ୍ୟା ଗୁଲ୍‌ଆବ ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଥିଲେ  ଏବଂ ଏହା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକାତା ଠାରୁ ଅଧିକ ଆଗକୁ ଯାଇ କାମ କରିବା ପାଇଁ ପରାମର୍ଶ ଦେଇଥିଲେ ।  ଆଜି ଅପରାହ୍ନ ସୁଦ୍ଧା ଗୁଲ୍‌ଆବ ପ୍ରଭାବିତ ଜିଲ୍ଲା ମାନଙ୍କର ତଳିଆ ତଥା ବନ୍ୟାପ୍ରବଣ ସ୍ଥାନ ମାନଙ୍କରୁ ଏବଂ କଚ୍ଚା ଘର ମାନଙ୍କରୁ ଲୋକମାନଙ୍କୁ ସ୍ଥାନାନ୍ତର କରିଯିବ ସହିତ ଭୂସ୍ଖଳନ ସଂଭାବନା ଥିବା ଅଞ୍ଚଳ ମାନଙ୍କରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।
 
ବାତ୍ୟା ୟାସ୍‌ ପରବର୍ତ୍ତୀ ସମୟରେ ଯେପରି ପ୍ରଭାବିତ ଅଞ୍ଚଳ ମାନଙ୍କରେ କୋଭିଡ ସଂଖ୍ୟା ବୃଦ୍ଧି ଘଟିଥିଲା, ତାକୁ ଦୃଷ୍ଟିରେ ରଖି ବାତ୍ୟା ଆଶ୍ରୟସ୍ଥଳ ମାନଙ୍କରେ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରାଯିବା ତଥା ମାସ୍କ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାସହିତ ଆସ୍କା, ଗୁଡାରୀ, ଗୁଣପୁର, କଡିନଗର ଏବଂ ପୁରୁଷୋତ୍ତମପୁର ତଥା ଅନ୍ୟ ବନ୍ୟା ପ୍ରବଣ ଗାଁ ମାନଙ୍କରେ ଥିବା ବନ୍ଧବାଡ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ପରାମର୍ଶ ଦେଇଥିଲେ ।
 
ବାତ୍ୟା ଆଶ୍ରୟସ୍ଥଳ ଗୁଡିକରେ ଭଲ ପିଇବା ପାଣି ସମେତ ସବୁପ୍ରକାର ମୌଳିକ ବ୍ୟବସ୍ଥା ଗ୍ରହଣ କରାଯିବା ସଂଗେ ସଂଗେ ଗର୍ଭବତୀ ମହିଳା, ବୟସ୍କ ଓ ଶିଶୁ ମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ବାତ୍ୟା ପରେ ପରେ ରାସ୍ତା ସଫା କରିବା, ବିଦ୍ୟୁତ ଓ ଜଳଯୋଗାଣ ବ୍ୟବସ୍ଥାର ପୁନରୁଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଆଗୁଆ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
 
ମାଇକ ଯୋଗେ ଲୋକଙ୍କୁ ସଚେତନ କରିବା ସହ ସ୍ଥାନାନ୍ତର  ଆଶ୍ରୟସ୍ଥଳ ପରିଚାଳନା ତଥା ପୁନରୁଦ୍ଧାର କାର୍ଯ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନ,ମି ଶନ ଶକ୍ତି ଗୋଷ୍ଠୀ, NGO. ଓ ସ୍ବଚ୍ଛାସେବୀମାନଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ । ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା କାଲି ପ୍ରଭାବିତ ସମସ୍ତ ୧୧ ଗୋଟି ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ମାନେ ସ୍ଥାନୀୟ ପରିସ୍ଥିତିକୁ ବିଚାରକୁ ନେଇ ସ୍କୁଲ ଖୋଲିବା ସଂପର୍କରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
 
ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଯଥା ନିରାପଦ ସ୍ଥାନକୁ ସ୍ଥାନାନ୍ତର ଏବଂ କୋଭିଡ ନିୟମ ପାଳନ ଆଦି ବିଷୟରେ ପୂର୍ଣ୍ଣ ସହଯୋଗ କରବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା ପରିସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ପ୍ରଭାବିତ ଜିଲ୍ଲା ମାନଙ୍କରେ ୪୨ଟି ଓଡ୍ରାଫ, ୨୪ NDRF, ୧୦୩ ଅଗ୍ନିଶମ ଦଳ ମୁତୟନ କରାଯାଇଛି ବୋଲି ସୂଚନା ଦେଇଥିଲେ । ବାତ୍ୟା ଆଶ୍ରୟସ୍ଥଳ ମାନଙ୍କରେ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା ସହିତ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ସୂଚନା ଦେଇଥିଲେ ।   ଏହି ବାତ୍ୟା ଦ୍ବାରା ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ଥିବାବେଳେ ଏହି ଜିଲ୍ଲାଗୁଡିକ ସହିତ କନ୍ଧମାଳ, ମାଲକାନଗିରି, ନବରଂଗପୁର ଓ କଳାହାଣ୍ଡିର କିଛି ଅଞ୍ଚଳରେ ପ୍ରବଳକୁ ପ୍ରବଳତର ବର୍ଷା ଏବଂ ଖୋର୍ଦ୍ଧା, ପୁରୀ ଓ ନୟାଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ସୂଚନା ଦେଇଥିଲେ । ଏହା ସହିତ କେତେକ ସ୍ଥାନରେ ଭୂସ୍ଖଳନ ହେବାର ସଂଭାବନା ରହିଛି ବୋଲି ସେ ସତର୍କ କରାଇ ଦେଇଥିଲେ । ଆଜି ଅପରାହ୍ନ ୪ଟି ସୁଦ୍ଧା ସ୍ଥାନାନ୍ତର କାର୍ଯ୍ୟ ଶେଷ କରାଯିବ ବୋଲି ସେ ମୁଖ୍ୟମନ୍ତ୍ରୀ ଅବଗତ କରାଇଥିଲେ ।
 
ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟର ଜିଲ୍ଲାପାଳ ମାନେ ଜିଲ୍ଲାର ପରିସ୍ଥିତି ଏବଂ ବାତ୍ୟାର ମୁକାବିଲା ପାଇଁ ନିଆଯାଇଥିବା ଆଗୁଆ ପଦକ୍ଷେପ ଓ ସେମାନଙ୍କର ଆବଶ୍ୟକତା ସଂପର୍କରେ ବୈଠକରେ ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ଗସ୍ତରେ ଥିବା ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ  ବୈଠକ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜଳସଂପଦ ବିଭାଗର ପ୍ରମୁଖ ସଚିବ, ଶକ୍ତି ବିଭାଗର ପ୍ରମୁଖ ସଚିବ, ମତ୍ସ୍ୟ ଓ ପଶୁସଂପଦ ବିଭାଗର ସଚିବ ଓ ପ୍ରଭାବିତ ୧୧ଟି ଜିଲ୍ଲାର ଜିଲ୍ଲାପାଳ ମାନେ ବୈଠରେ ଭାଗ ନେଇଥିଲେ ।

Powered by Froala Editor

Tags Naveen pattanaik

Related articles Odisha News Lens 4.1

  • କାଲକାଜୀ ମନ୍ଦିର ସେବାଦାରଙ୍କୁ ପିଟି ପିଟି ହତ୍ୟା
    ଦେଶ-ଦେଶାନ୍ତର

    କାଲକାଜୀ ମନ୍ଦିର ସେବାଦାରଙ୍କୁ ପିଟି ପିଟି ହତ୍ୟା

    13373
    Aug 30, 2025
  • ଯୌତୁକ ଯନ୍ତ୍ରଣା : ଆତ୍ମହତ୍ୟା କଲେ ଇଞ୍ଜିନିୟର ସ୍ତ୍ରୀ
    ଦେଶ-ଦେଶାନ୍ତର

    ଯୌତୁକ ଯନ୍ତ୍ରଣା : ଆତ୍ମହତ୍ୟା କଲେ ଇଞ୍ଜିନିୟର ସ୍ତ୍ରୀ

    14931
    Aug 30, 2025
  • ଫିଲ୍ମ ‘କଲାମ: ଦ ମିସାଇଲ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ରେ ଧନୁଷ
    ଦେଶ-ଦେଶାନ୍ତର

    ଫିଲ୍ମ ‘କଲାମ: ଦ ମିସାଇଲ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ରେ ଧନୁଷ

    15473
    Aug 30, 2025
  • ଏନକାଉଣ୍ଟରରେ ହ୍ୟୁମାନ୍ ଜିପିଏସ୍ ନିହତ
    ଦେଶ-ଦେଶାନ୍ତର

    ଏନକାଉଣ୍ଟରରେ ହ୍ୟୁମାନ୍ ଜିପିଏସ୍ ନିହତ

    13925
    Aug 30, 2025
  • ରାଜସ୍ଥାନ ବିଧାନସଭାରେ ପେନସନ ଆବେଦନ କଲେ ଧନଖଡ଼
    ଦେଶ-ଦେଶାନ୍ତର

    ରାଜସ୍ଥାନ ବିଧାନସଭାରେ ପେନସନ ଆବେଦନ କଲେ ଧନଖଡ଼

    14536
    Aug 30, 2025
  • ଶପଥ ନେଲେ ସୁପ୍ରିମକୋର୍ଟର ୨ ନୂଆ ବିଚାରପତି
    ଦେଶ-ଦେଶାନ୍ତର

    ଶପଥ ନେଲେ ସୁପ୍ରିମକୋର୍ଟର ୨ ନୂଆ ବିଚାରପତି

    14378
    Aug 30, 2025
  •  ପୂର୍ବତନ ବାଚସ୍ପତି ଆଣ୍ଡ୍ରି ପାରୁବୀଙ୍କୁ ଗୁଳି କରି ହତ୍ୟା
    ଦେଶ-ଦେଶାନ୍ତର

    ପୂର୍ବତନ ବାଚସ୍ପତି ଆଣ୍ଡ୍ରି ପାରୁବୀଙ୍କୁ ଗୁଳି କରି ହତ୍ୟା

    13352
    Aug 30, 2025
  • ପାର୍ଟନରଙ୍କ ସହ ଏମିତି କଲେ ହୁଏ ସମ୍ପର୍କ ନଷ୍ଟ
    ବିଶେଷ

    ପାର୍ଟନରଙ୍କ ସହ ଏମିତି କଲେ ହୁଏ ସମ୍ପର୍କ ନଷ୍ଟ

    13785
    Aug 30, 2025
  • ଚୀନରେ ପ୍ରଧାନମନ୍ତ୍ରୀ, ମୋଦୀଙ୍କୁ ଭବ୍ୟ ସ୍ୱାଗତ
    ଦେଶ-ଦେଶାନ୍ତର

    ଚୀନରେ ପ୍ରଧାନମନ୍ତ୍ରୀ, ମୋଦୀଙ୍କୁ ଭବ୍ୟ ସ୍ୱାଗତ

    13961
    Aug 30, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଯୌତୁକ ଯନ୍ତ୍ରଣା : ଆତ୍ମହତ୍ୟା କଲେ ଇଞ୍ଜିନିୟର ସ୍ତ୍ରୀ

    14931
    Aug 30, 2025
  • ଦେଶ-ଦେଶାନ୍ତର

    ଏନକାଉଣ୍ଟରରେ ହ୍ୟୁମାନ୍ ଜିପିଏସ୍ ନିହତ

    13925
    Aug 30, 2025
  • ଦେଶ-ଦେଶାନ୍ତର

    ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଜାଣନ୍ତୁ କ’ଣ?

    14341
    Aug 29, 2025

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16707
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16809
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17158
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15625
    Apr 03, 2021

ବିଶେଷ

  • ପାର୍ଟନରଙ୍କ ସହ ଏମିତି କଲେ ହୁଏ ସମ୍ପର୍କ ନଷ୍ଟ

    13785
    Aug 30, 2025
  • ଦୈନିକ ପିଅନ୍ତୁ ଏହି ଜୁସ୍‌

    14666
    Aug 28, 2025
  • ଧରାପୃଷ୍ଠରେ ବିରାଜିଛନ୍ତି ପ୍ରଭୁ ଶ୍ରୀଗଣେଶ

    16166
    Aug 27, 2025
  • ରୋଷେଇ ଘର କୋଣରେ ତମ୍ବା ପାତ୍ରରେ ରଖନ୍ତୁ ଗଙ୍ଗାଜଳ, ସୁଧୁରିଥାଏ ଆର୍ଥିକ ପରିସ୍ଥିତି

    14328
    Aug 26, 2025
  • ପୃଥିବୀକୁ ପ୍ରଥମେ ଆସିଥିଲା ଏହି ପରିବା

    15418
    Aug 25, 2025

ବାଣିଜ୍ୟ

ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର

ରାୟଗଡା , 28 /8; ଉତ୍କଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ପକ୍ଷରୁ ସିଏସଆର ଜରିଆରେ ଗ୍ରାମାଞ୍ଚଳରେ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମି ବିକାଶ ମୂଳକ କାର୍ଯ୍ୟ ...

  • ହିଣ୍ଡାଲ୍କୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଦନ୍ତ ସଚେତନତା ଶିବିର ଅନୁଷ୍ଠିତ

    15199
    Aug 19, 2025
  • ଭାସମଲ ବିଦ୍ୟା ବାଲାନ୍ଙ୍କ ସହିତ ନୂଆ ହେନ୍ନା କ୍ରିମେ ହେୟାର କଲର ଟିଭିସିର ଶୁଭାରମ୍ଭ କରିଛି

    15681
    Aug 10, 2025
  • ହିମାଳୟ ବେବିକେୟାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ନିମନ୍ତେ ଶୁଭାରମ୍ଭ କଲା #ହରକଦମହରମାକେସାଥ୍ ଅଭିଯାନ

    14779
    Aug 06, 2025
  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

    14591
    Aug 01, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଶପଥ ନେଲେ ସୁପ୍ରିମକୋର୍ଟର ୨ ନୂଆ ବିଚାରପତି

    14378
    Aug 30, 2025
  • ଯୌତୁକ ଯନ୍ତ୍ରଣା : ଆତ୍ମହତ୍ୟା କଲେ ଇଞ୍ଜିନିୟର ସ୍ତ୍ରୀ

    14931
    Aug 30, 2025
  • ଚୀନରେ ପ୍ରଧାନମନ୍ତ୍ରୀ, ମୋଦୀଙ୍କୁ ଭବ୍ୟ ସ୍ୱାଗତ

    13961
    Aug 30, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In