୨ ଦିନ ଟିକାକରଣ ବନ୍ଦ, ଜାଣନ୍ତୁ କାହିଁକି?
ଭୁବନେଶ୍ବର: ବାତ୍ୟାର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଧିରେ ଧିରେ ବାତ୍ୟା ‘ଗୁଲାବ’ ସ୍ଥଳଭାଗ ଆଡ଼କୁ ମୁହାଁଉଛି । ଏନେଇ ରାଜଧାନୀରେ ଟୀକାକରଣ ଦୁଇ ଦିନ ବନ୍ଦ ରହିବ ବୋଲି ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଭୁବନେଶ୍ବର ମହାନଗର ନିଗମ । ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଟୀକାକରଣ । ଏନେଇ ଟୁଇଟ ଯୋଗେ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
ରବିବାର ମଧ୍ୟରାତ୍ରରେ ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏନେଇ ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅତ୍ୟନ୍ତ ପ୍ରବଳ ବର୍ଷାର ଆଶଙ୍କା ରହିଛି । ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ଗଞ୍ଜାମ, ଶ୍ରୀକାକୁଲମ ଓ ବିଜୟନଗରମ ଜିଲ୍ଲାର ଉପକୂଳରେ ଅଧମିଟର ପର୍ୟ୍ୟନ୍ତ ଜୁଆର ଉଠିପାରେ । ତେଣୁ ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ଭୂସ୍ଖଳନ ଓ ଫ୍ଲାସ ଫ୍ଲଡ୍ ଆଶଙ୍କାରେ ୫ ଶହ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।
Powered by Froala Editor