ବାତ୍ୟା ଗୁଲାବ ଏହି ଜିଲ୍ଲାରେ କରିବ ପ୍ରବଳ କ୍ଷତି
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାରେ ରୂପ ନେଇ ଧିରେଧିରେ ସ୍ଥଳଭାଗ ଆଡକୁ ମୁହାଁଉଛି । ଆଜି ସନ୍ଧ୍ୟା ସୁଦ୍ଧା ଏହି ବାତ୍ୟା ଗୁଲାବ କଳିଙ୍ଗପାଟନମ୍ ଓ ଗେପୋଳପୁର ମଧ୍ୟରେ ସ୍ଥଳଭାଗ ଛଉଇଁବ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟପ୍ରତି ୭୦ରୁ ୮୦ ରହିବ ବୋଲି ଆଶଙ୍କା କରାଯାଉଛି । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡିକ ଉପରେ ଅଧିକ ପ୍ରଭାବ ପଡିବ । ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲା ସର୍ବାଧିକ ପ୍ରଭାବ ପଡିବ । ଏଥିପାଇଁ ଏହି ଦୁଇ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ପୁରି, ଖୋର୍ଦ୍ଧା, କୋରାପୁଟ ଓ ରାୟଗଡା ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ । ଏଥିପାଇଁ ଏହି ଜିଲ୍ଲା ଗୁଡିକୁ ଅରେଞ୍ଜ ୱର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ପବନର ବେଗ ଯୋଗୁଁ କଚ୍ଚା ଘର କାନ୍ଥ ଭୁସୁଡିବାର ସମ୍ଭାବନା ରହିଛି । ଏହା ସହିତ ସଜନା ଓ କଦଳୀ ଗଛ ଭଳି ଗଛ ଉପୁଡିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାସହିତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଫସଲ ନଷ୍ଟ ହେବାର ଆଶଙ୍କା ମଧ୍ୟ ରହିଛି । ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବାକୁ ମସô୍ୟଜୀବୀଙ୍କୁ ବର କରାଯାଇଛି । ପାରାଦୀପ ଓ ଧାମରାରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଆଇଏମଡି ସୂଚନା ଅନୁସାରେ ବାତ୍ୟା ଗୁଲାବ ବର୍ତ୍ତମାନ ଗୋପାଳପୁର ଠାରୁ ୩୫୦ କିଲୋମିଟର ଓ କଳିଙ୍ଗପାଟନମ ଠାରୁ ୪୨୦ କିଲୋମିଟର ଦୂରରେ ରହିଛଇ । ଏହା ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଗତି କରୁଛି ।
Powered by Froala Editor