କପିଲ ଶର୍ମା ସୋ ବିରୋଧରେ ମାମଲା ରୁଜୁ
ଦ କପିଲ ଶର୍ମା ସୋ ବିରୋଧରେ ମାମଲା ରୁଜୁ କରିଛନ୍ତି ଜଣେ ଆଇନଜୀବୀ । ଶିବାପୁରୀ ଜିଲ୍ଲାର ଜଣେ ଆଇନଜୀବୀ ସିଜେଏମ୍ କୋର୍ଟରେ ଏହି ସୋ’ ବିରୋଧରେ ଅପରାଧମୂଳକ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ଏହା ଯେ ସୋ’ର ଏକ ଏପିସୋଡ୍ରେ ମଞ୍ଚ ଉପରେ ପ୍ରବେଶ କରିଥିବା କଳକାରମାନେ ଖୋଲାଖୋଲି ଭାବେ ମଦ ପିଇଥିଲେ। ମଦ ବୋତଲ ଉପରେ ଲେଖାଥିଲା ‘ସରାବ ପିନା ସ୍ବାସ୍ଥ୍ୟ କେ ଲିଏ ହାନିକାରକ ହୈ’। ଏହି ମାମଲାର ଶୁଣାଣି ଆସନ୍ତା ଅକ୍ଟୋବର ୧ ତାରିଖରେ ହେବ ବୋଲି ଜଣାଯାଇଛି। ସମ୍ବିଧାନର ୩୫୬/୩ ଧାରା ଅନୁସାରେ, ଉକ୍ତ ମଦ୍ୟପ କଳାକାରମାନଙ୍କ ଉପରେ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଆଇନଜୀବୀ ଦାବି କରିଛନ୍ତି।
ଆଇନଜୀବୀ ଜଣକ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ସୋନି ଟିଭିରେ ପ୍ରସାରିତ ହେଉଥିବା ଏହି ସୋ’ରେ ମହିଳାମାନଙ୍କୁ ଅବମାନନା କଲା ଭଳି ଶବ୍ଦ ପ୍ରୟୋଗ କରାଯାଉଛି। ସୋ’ରେ ଉପସ୍ଥାପକ କପିଲ୍ ହଅନ୍ତୁ କି ଆମନ୍ତ୍ରିତ ଅତିଥି, ସେମାନେ ହସ ବାହାନାରେ ବହୁ ସମାଲୋଚନାମୂଳକ କଥା କହିବା ସହ କିଛି ଦ୍ବି-ଅର୍ଥବୋଧକ ଶବ୍ଦର ମଧ୍ୟ ପ୍ରୟୋଗ କରିଥା’ନ୍ତି। ତେବେ ଏକ ସୋରେ ମଦ ପିଇବା ଭଳି କାର୍ଯ୍ୟ ଶୋଭନୀୟ ନୁହେଁ ବୋଲି ଉଲ୍ଲେଖ କରିଛନ୍ତି ।
Powered by Froala Editor