ଅରିନ୍ଦମ ଦାଶଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ
ଭୁବନେଶ୍ୱର: ଓ ଟିଭର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ଅକାଳ ବିୟୋଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟାନୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ପଟ୍ଟନାୟକ ଏକ ଶୋକବାର୍ତାରେ କହିଛନ୍ତି ଯେ, ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାଶ ଜଣେ ଉଚ୍ଚକୋଟିର ଦୁଃସାହସିକ ସାମ୍ବାଦିକ ଥିଲେ । ସାଧାରଣ ଖବରଠୁ ଆରମ୍ଭ କରି ବାତ୍ୟା କଭରେଜ ଏବଂ ରାଜନୈତିକ ଖବର ପର୍ଯ୍ୟନ୍ତ କଭର କରିବାରେ ଥିଲା ତାଙ୍କର ନିଆରାପଣ । ସେ ଖବର ପାଇଁ ଜୀବନକୁ ବାଜି ଲଗାଇ ଦିଅନ୍ତି । କିନ୍ତୁ ଆଜି ମୁଣ୍ଡଳୀ ବ୍ରିଜ ଠାରେ ହାତୀ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମଙ୍କ ସହ ଅରିନ୍ଦମ ଏବଂ କ୍ୟାମେରାମ୍ୟାନ ସାଥିହୋଇ ଯାଇଥିବା ବେଳେ ଡଙ୍ଗା ଓଲଟିବାରୁ ଅରିନ୍ଦମ ଭାସିଯାଇ ମୃତୁ୍ୟବରଣ କଲେ । ତାଙ୍କ ମୃତୁ୍ୟରେ ମୁଁ ଅତ୍ୟନ୍ତ ମର୍ମାହତ । ତାଙ୍କ ଭଳି ଜଣେ ଦୁଃସାହସିକ, ସଚ୍ଚୋଟ ଓ ନିର୍ଭିକ ସାମ୍ବାଦିକ ଖୁବ କମ ଦେଖାଯାନ୍ତି । ରାଜ୍ୟ ସାମ୍ବାଦିକ ଜଗତ ପାଇଁ ଅରିନ୍ଦମଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି । ସ୍ୱର୍ଗତଃ ଆତ୍ମାର ସଦ୍ଗତି କାମନା କରିବା ସହ ଶ୍ରୀ ପଟ୍ଟନାୟକ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।
ଅନୁରୂପ ଭାବରେ ଅରିନ୍ଦମ ଦାଶଙ୍କ ବିୟୋଗରେ ଏଆଇସିସି ସାଧାରଣ ସଂପାଦକ ଡ. ଏ ଚେଲା କୁମାର, ସଂପାଦକ ଜି ରୁଦ୍ର ରାଜୁ, ପ୍ରଦେଶ କଂଗ୍ରେସ ମିଡ଼ିଆ ବିଭାଗ ପକ୍ଷରୁ ମିଡିଆ ଅଧ୍ୟକ୍ଷ ଗଣେଶ୍ୱର ବେହରା, ଆବାହକ ସତ୍ୟପ୍ରକାଶ ନାୟକ, ସଂଯୋଜକ ଦୀପକ କୁମାର ମହାପାତ୍ର, ବିଧାୟକ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି ଓ ମହମ୍ମଦ ମୋକିମ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ସମେତ ମୁଖପାତ୍ର ଡ. ଦେବାଶିଷ ପଟ୍ଟନାୟକ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ସୁଦର୍ଶନ ଦାସ, ପ୍ରଶାନ୍ତ ଶତପଥି, ଜ୍ଞାନଦେବ ବେଉରା, ଅମିୟ ପାଣ୍ଡବ, ପ୍ରଦେଶ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ା ଓ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ପ୍ରମୁଖ ଗଭୀର ଶୋକପ୍ରକାଶ କରି ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ଓ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।
Powered by Froala Editor