ଅରିନ୍ଦମ ଦାସଙ୍କ ଶେଷକୃତ ସମ୍ପନ୍ନ
ଭୁବନେଶ୍ୱର: ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳା ନିକଟ ବୈତରଣୀ ନଦୀ କୂଳରେ ଆଜି ସାକଳୁ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଛି । ସେ ଥିଲେ ଗାଁ’ର ସାହାସି ପୁଅ । ତାଙ୍କ ଅକାଳ ବିୟୋଗରେ ପୁରା ଗାଁ ରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମାଟିର ବୀର ପୁଅ, ଗାଁ’ର ଗର୍ବ ଅରିନ୍ଦମଙ୍କ ପାଇଁ ଲୁହରେ ଭିଜିଛି ପୁରା ଗାଁ । ତାଙ୍କର ଶେଷ ଦର୍ଶନ ପାଇଁ ଲୋକାରଣ୍ୟ ହୋଇପଡିଥିଲା ଶ୍ମଶାନ ।
‘ଅପରେସନ ଗଜଉଦ୍ଧାର’ ସମୟରେ ଓଡ୍ରାଫ ବୋଟ ବୁଡିଯାଇଥିଲା । ସେଥିରେ ଯୁବ ସାମ୍ବାଦିକ ଅରିନ୍ଦମଙ୍କ ମୃତୁ୍ୟ ହୋଇଥିଲା । ଏହା ଓଡିଆ ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଏଥିପାଇଁ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ଅରିନ୍ଦମ ୧୯୮୨ ମସିହାରେ କେନ୍ଦୁଝର ଜିଲ୍ଲା ରାଜନଗରରେ ଜନ୍ମଗ୍ରହଣ କରିଥିଲେ । ୨୦୦୨ ମସିହାରେ ଧରଣୀଧର ମହାବିଦ୍ୟାଲୟରେ ଅଧ୍ୟୟନ ସରିବା ପରେ ସାମ୍ୱାଦିକତାକୁ ପେଶା କରିଥିଲେ ।
Powered by Froala Editor