ଅସିଲାଣି ବାତ୍ୟା, ଲ୍ୟାଣ୍ଡଫଲ କେଉଁଠି କରିବ ଜାଣନ୍ତୁ
ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଆସନ୍ତା ୧୨ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ ବୋଲି କୁହାଯାଇଛି । ୨୬ ତାରିଖ ସନ୍ଧ୍ୟାରେ ଏହା ସ୍ଥଳ ଭାଗ ଛୁଇଁପାରେ ବୋଲି ପାଣିପାଗ ବିଭାଗ ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ବର୍ତ୍ତମାନ ଏହା ଗୋପାଳପୁରରୁ ପୂର୍ବ ଓ ଦକ୍ଷିଣ ପୂର୍ବର ୫୧୦ କିମି ଦୂରରେ ଅବସ୍ଥିତ । ଶେଷ ୬ଘଣ୍ଟାରେ ଏହା ୧୨କିମି ବେଗରେ ଉପକୂଳକୁ ମୁହାଁଉଛି ।
ଏହା ଗୋପାଳପୁର-ବିଶାଖାପାଟଣା ମଝି କଳିଙ୍ଗପାଟନମ ଠାରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରାଯାଉଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୭୦-୮୦କିମି ରହିବ ବୋଲି ସୂଚନା ମିଳିଛି । ବିଶେଷ କରି ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡିକ ବେଶି ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି । ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନାଗିରି ସହ ରାୟଗଡା ଓ କନ୍ଧମାଳ ଜିଲ୍ଲା ମଧ୍ୟ ପ୍ରଭାବିତ ହେବ ବୋଲି କୁହାଯାଇଛି । ଏହି ସମୟରେ ଆକସ୍ମାତ ବନ୍ୟା ଓ ଭୂସ୍ଖଳନ ଭଳି ସମସ୍ୟା ସୃଷ୍ଟି ବୋଲି ସୂଚନା ମିଳିଛି ।
ଏହି ସମୟରେ ସମୁଦ୍ର ରେ ଉଚ୍ଚ ଜୁଆର ଆସୁଥିବାରୁ ମସô୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି ।
Powered by Froala Editor