ଓଲଟିଲା ଓଡ୍ରାଫ ବୋଟ
ଭୁବନେଶ୍ୱର: ମୁଣ୍ଡଳି ବ୍ୟାରେଜରେ ଏକ ଦନ୍ତା ଫସିଯାଇଥିବା ଜଣାଯାଇଛି । ସ୍ରୋତ ଅଧିକ ଥିବାରୁ ଦନ୍ତା ଆଗକୁ ଯାଇପାରୁନଥିବା ଜଣାଯାଇଛି । ତେବେ ବର୍ତ୍ତମାନର ସବୁଠୁ ବଡ଼ ଖବର ହେଲା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମ ବି ଫସିଯାଇଛନ୍ତି । ହାତୀକୁ ଉଦ୍ଧାର ଉଦ୍ୟମ ବେଳେ ଓଡ୍ରାଫ ବୋଟ ଓଲଟି ପଡ଼ିଛି । ମହାନଦୀ ମୁଣ୍ଡଳି ବ୍ୟାରେଜ ନିକଟରେ ବୋଟଟି ଓଲଟି ପଡ଼ିଛି । ହାତୀକୁ କୂଳକୁ ଘଉଡ଼ାଇବା ବେଳେ ପାଣିସ୍ରୋତରେ ବୋଟ ଓଲଟି ପଡ଼ିଛି । ରବର ବୋଟରେ ଅପରେସନରେ ଓଡ୍ରାଫ ଟିମ ସାମିଲ ଥିଲେ । ନଦୀସ୍ରୋତରେ ଫସିଥିବା ଯବାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି । ସବୁଠୁ ବଡ଼ କଥାହେଲାଯେ, ଉକ୍ତ ଦୁର୍ଘଟଣାଗ୍ରସ୍ତ ବୋଟରେ ଏକ ବୈଦୁ୍ୟତିକ ଗଣମାଧ୍ୟମର ୨ ଜଣ ପ୍ରତିନିଧି ଥିଲେ ।
ଫସିଥିବା ହାତୀକୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀମାନେ ଉଦ୍ୟମ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରେ ବନ ବିଭାଗ ପକ୍ଷରୁ ମଧ୍ୟ ଦନ୍ତାକୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରାଯାଉଛି । ଉଦ୍ଧାର ପାଇଁ ବିଶେଷଜ୍ଞ ଟିମ ଓ ଅତ୍ୟାଧୁନିକ ସାମଗ୍ରୀ ମଗାଯାଇଥିବା ଜଣାଯାଇଛି । ଦନ୍ତାଟି ୮ ଘଣ୍ଟା ହେଲା ଫସିଥିଲେ ହେଁ ଖବର ଲେଖା ସୁଦ୍ଧା ଏଯାବତ ସଫଳତା ମିଳିପାରିନାହିଁ ।
ଅନ୍ୟପକ୍ଷରେ ହାତୀ ଉଦ୍ଧାର ପାଇଁ ବନ ବିଭାଗର ବରିଷ୍ଠ କର୍ମଚାରୀମାନେ ମୁଣ୍ଡଳି ଠାରେ ପହଞ୍ଚିଛନ୍ତି । ଅପରେସନ ଗଜ ଉଦ୍ଧାର କାର୍ଯ୍ୟରେ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି । ଚନ୍ଦକା ଡିଏଫଓଙ୍କ ସହ ୧୦ ଜଣିଆ ବିଶେଷଜ୍ଞ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହାତୀକୁ ଉଦ୍ଧାର ପାଇଁ ଓଡ୍ରାଫ ଟିମର ସହାୟତା ଲୋଡ଼ିଛନ୍ତି ରେଞ୍ଜର ।
ତେବେ ଏହି ପରିପ୍ରେକ୍ଷୀରେ ଡିଏଫଓ କହିଛନ୍ତି ଯେ, ହାତୀ ପାଇଁ ସମସ୍ୟା ନାହିଁ, ଗହଳି ପାଇଁ ସମସ୍ୟା ସୃଷ୍ଟି ହେଉଛି । ହାତୀଟି ନିଜ ଉଦ୍ୟମେ ।ର କୂଳ ଆଡ଼କୁ ଯାଉଛି । ବି୍ରଜ ଉପରେ ଗହଳି ଯୋଗୁଁ ହାତୀ ଭୟଭୀତ ହେବା ଆଶଙ୍କା ରହିଛି । ବ୍ରିଜ ଉପରୁ ଲୋକଙ୍କୁ ହଟାଇବା ପାଇଁ ପୁଲିସକୁ କୁହାଯାଇଛି । ଗହଳି ନହଟିଲେ ହାତୀ ଉଦ୍ଧାରରେ ସମସ୍ୟା ଦେଖାଦେବ ।
Powered by Froala Editor