ସ୍କୁଲ ଖୋଲିବା ନେଇ ଏହା କହିଲେ ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବାପେକ୍ଷା କମିଛି । ଯାହାକୁ ଦୃଷ୍ଟିରେ ରଖି ବହୁ କଟକଣା କୋହଳ କରାଯାଇଛି । ଏବେ ସମସ୍ତଙ୍କ ନଜର ସ୍କୁଲ ଖୋଲା ଉପରେ । ଛାତ୍ରଛାତ୍ରୀଙ୍କୁ କରୋନା ଟିକା ଦିଆଯାଇନଥିବାବେଳେ ସ୍କୁଲ ଖୋଲା ହେବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ଅନ୍ୟପକ୍ଷରେ ବିନା ଟିକାରେ ବି ଛାତ୍ରଛାତ୍ରୀଙ୍କ ଇମୁ୍ୟନିଟି ପାୱାର ଅଧିକ ରହିଥିବା ଦର୍ଶାଇ ବିଶେଷଜ୍ଞମାନେ ସ୍କୁଲ ଖୋଲିବା ସପକ୍ଷରେ ଯୁକ୍ତି ବାଢୁଛନ୍ତି । ଏହାରି ଭିତରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।
ସେ କହିଛନ୍ତି ଯେ, ସ୍କୁଲ ଖୋଲାଯିବା ନେଇ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ପୂଜା ସରିବା ପରେ ସ୍କୁଲ ଖୋଲାଯିବା ନେଇ ଆଲୋଚନା ହେବ । ସ୍କୁଲ ଖୋଲିବା ନେଇ ଯାହା ନିଷ୍ପତ୍ତି ସରକାର ନେବେ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।
ଏହାଛଡ଼ା ସେ କହିଛନ୍ତି ଯେ, ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆଡମିଶନ ସରିଛି । ଦ୍ୱିତୀୟ ପର୍ଯ୍ୟାୟ ଆଡମିଶନ ସରିବା ପରେ ଅନେକ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।
Powered by Froala Editor