ବଢିବାରେ ଲାଗିଛି ସୁବର୍ଣ୍ଣରେଖା ଜଳସ୍ତର
ଭୁବନେଶ୍ୱର:ପୁଣି ଫୁଲୁଛି ସୁବର୍ଣ୍ଣରେଖା । ଝାଡଖଣ୍ଡର ଗାଲୁଡିହି ବ୍ୟାରେଜରୁ ଗତ ଦୁଇଦିନରେ ପର୍ୟ୍ୟାୟକ୍ରମେ ପାଣି ନିଷ୍କାସନ କରାଯିବା ଫଳରେ ନଦୀର ଜଳସ୍ତର ବଢିବାରେ ଲାଗିଛି । ବାଲେଶ୍ୱର ବସ୍ତା ରାଜଘାଟ ନିକଟରେ ଜଳସ୍ତର ବିପଦସଙ୍କେତ ଉପରେ ଅଛି । ନଦୀର ଜଳସ୍ତର ବଢୁଥିବାରୁ ବାଲିଆପାଳ, ଭୋଗରାଇ, ଓ ଜଳେଶ୍ୱର ବ୍ଲକର ତଳିଆ ଅଂଚଳରେ ବନ୍ୟା ଆଶଙ୍କ ଦେଖାଦେଇଛି । ଲଗାଣ ବର୍ଷା ଯୋଗୁଁ ବସ୍ତାର ବିଭିନ୍ନ ସ୍ଥାନରେ ପାଣି ପଶିଯାଇଥିଲା । ପାଣି ଧୀରେ ଧୀରେ ଛାଡୁଥିଲେ ବି ଲୋକଙ୍କ ଦୁର୍ଦ୍ଦଶା କମିନାହିଁ । ଏବେ ସୁବର୍ଣ୍ଣରେଖାରେ ଜଳସ୍ତର ବଢିବା ଫଳରେ ତଳିଆ ଅଂଚର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ଅନ୍ୟପକ୍ଷରେ ମିଆଁମାର ଉପକୂଳ ତତ୍ସଂଲଗ୍ନ ମାର୍ଟାବାନ ଉପକୂଳ ଅଂଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଆଜି ସଂଧ୍ୟା ବେଳକୁ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ୨୮ ତାରିଖ ପର୍ୟ୍ୟନ୍ତ ବର୍ଷା ଲାଗି ରହିବ ।
Powered by Froala Editor