ବନ୍ଦ ହେଲା ହୀରାକୁଦର ଆଉ ୮ ଗେଟ୍
ସମ୍ବଲପୁର: ବନ୍ଦ ହେଲା ହୀରାକୁଦର ଆଉ ୮ଟି ଗେଟ୍ । ବର୍ତ୍ତମାନ ୪ଟି ଗେଟ ଯୋଗେ ଜାରି ରହିଛି ବନ୍ୟାଜଳ ନିଷ୍କାସନ । ପୂର୍ବରୁ ଡ୍ୟାମର ୧୨ ଟି ଗେଟ ଜରିଆରେ ଜଳ ନିଷ୍କାସନ ହେଉଥିବା ବେଳେ ଗତ ମଧ୍ୟ ରାତ୍ରିରୁ ବର୍ତ୍ତମାନ ସୁଦ୍ଧା ପର୍ୟ୍ୟାୟ କ୍ରମରେ ୮ ଟି ଗେଟକୁ ବନ୍ଦ କରାଯାଇଛି ।
ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୯.୦୨ ଫୁଟ ରହିଛି। ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୯୪,୭୫୮ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳ ଭଣ୍ଡାରରୁ ତଳ ମୁଣ୍ଡକୁ ସେକେଣ୍ଡ ପ୍ରତି ୧,୭୭,୩୪୯ କ୍ୟୁସେକ ଜଳ ନିଷ୍କାସନ ହେଉଛି ।
Powered by Froala Editor