ଛତିଶଗଡ଼ରେ ବର୍ବରକାଣ୍ଡ, ସୁପରଭାଇଜରଙ୍କୁ ଗୁଳିକରି ହତ୍ୟା
ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ବର୍ବରକାଣ୍ଡ ଘଟାଇଛନ୍ତି ନକ୍ସଲ। ଜଣେ ଠିକା ସଂସ୍ଥାର ସୁପରଭାଇଜରଙ୍କୁ ଗୁଳିକରି ହତ୍ୟା କରିବା ପରେ ୪ଟି ଗାଡ଼ି ଜାଳି ଦେଇଛନ୍ତି ନକ୍ସଲ। ମୃତ ସୁପରଭାଇଜର ଜଣଙ୍କ ହେଲେ ସନ୍ଦୀପ। ଗତକାଲି ରାତିରେ ନକ୍ସଲମାନେ ସୁପରଭାଇଜରଙ୍କୁ ଗୁଳିକରି ହତ୍ୟା କରିଥିବା ଜଣାଯାଇଛି।
ଛତିଶଗଡ଼ର ନାରାୟଣପୁର ଜିଲ୍ଲା ମୋଡ଼େନାରରେ ରାସ୍ତା କାମ ଚାଲିଥିଲା। ଏହି ରାସ୍ତା କାମକୁ ନକ୍ସଲମାନେ ବିରୋଧ କରି ଗୋଟିଏ ଟିପ୍ପର, ଦୁଇଟି ଟ୍ରାକ୍ଟର ଓ ଗୋଟିଏ ବାଇକକୁ ଜାଳିଦେଇଛନ୍ତି।ଘଟଣାସ୍ଥଳରେ ନକ୍ସଲମାନେ ପୋଷ୍ଟର ଛାଡ଼ି ଯାଇଛନ୍ତି। ରାସ୍ତା କାମକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ରାସ୍ତା କାମକୁ ସ୍ଥାନୀୟ ଲୋକ ସହଯୋଗ ନ କରିବାକୁ ପୋଷ୍ଟରରେ ଧମକ ଦିଆଯାଇଛି। ଏହି ହିଂସାକାଣ୍ଡରେ ଶତାଧିକ ସଶସ୍ତ୍ର ମହିଳା ଓ ପୁରୁଷ ନକ୍ସଲ ସାମିଲ ଥିଲେ। ଏହି ଘଟଣାପରେ ପରେ ପୁଲିସ ପକ୍ଷରୁ ସେହି ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।
Powered by Froala Editor