ଦୁର୍ଗା ପୂଜା ପାଇଁ ବିଏମ୍ସିର ଗାଇଡ୍ଲାଇନ୍ : ୪ ଫୁଟ ମୂର୍ତ୍ତି ହେବ, ମଣ୍ଡପରେ ରହିବେ ମାତ୍ର ୭ ଜଣ
ଦୁର୍ଗାପୂଜା ପାଇଁ ଗାଇଡଲାଇନ ଜାରି କଲା ଭୁବନେଶ୍ୱର ମହାନଗର ନିଗମ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ବର୍ଷ ଭଳି ମଧ୍ୟ ପୂଜା ପାଇଁ କଟକଣା ଲାଗିଛି। ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ରହିବ । ସେହିପରି ମା'ଙ୍କ ମୂର୍ତ୍ତିର ସର୍ବାଧିକ ଉଚ୍ଚତା ୪ ଫୁଟ ରହିବ। ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ଆବଶ୍ୟକ। ଇଣ୍ଡୋର ଭଳି ବ୍ୟବସ୍ଥାରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜା କରାଯିବ । ମଣ୍ଡପର ତିନି ପାର୍ଶ୍ୱ ସଂପୂର୍ଣ୍ଣ ବନ୍ଦ, ଗୋଟିଏ ପାର୍ଶ୍ୱ ଆଂଶିକ ଖୋଲା ରହିବ । ଚତୁର୍ଥ ପାର୍ଶ୍ୱ ଏମିତି ବନ୍ଦ ରହିବ ଯେମିତି କେହି ଦର୍ଶନାର୍ଥୀ ଦର୍ଶନ କରିପାରିବେନି । ମନୋରଂଜନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି କହିଛି ବିଏମ୍ସି ।
ପୂଜକ, କର୍ତ୍ତା, ଆୟୋଜକଙ୍କୁ ମିଶାଇ ୭ ଜଣରୁ ଅଧିକଙ୍କୁ ଅନୁମତି ନାହିଁ ବୋଲି କହିଛି ଭୁବନେଶ୍ୱର ମହାନଗର ନିଗମ । ଖାଲି ସେତିକି ନୁହେଁ ଭସାଣ ଶୋଭାଯାତ୍ରା ହେବ ନାହିଁ, କୃତ୍ରିମ ପୋଖରୀରେ ମା ଦୁର୍ଗାଙ୍କୁ ବିସର୍ଜନ କରାଯିବ । ତେବେ ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ଯେଉଁଭଳି ଭାବେ କଡ଼ାକଡ଼ି ନିୟମ କରିଛି ବିଏମ୍ସି, ଠିକ୍ ସେହିଭଳି ଗତବର୍ଷ ମଧ୍ୟ କଡ଼ା କଡ଼ି ନିୟମ କରାଯାଇଥିଲା । ଗାଇଡଲାଇନର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିଧା ସଳଖ କହିଛି ଭୁବନେଶ୍ୱର ମହାନଗର ନିଗମ ।
Powered by Froala Editor