ଯୁକ୍ତ୨ ସ୍ବତନ୍ତ୍ର ପରୀକ୍ଷା ପାଇଁ କେନ୍ଦ୍ର ଚୟନ
ଭୁବନେଶ୍ବର : ଅକ୍ଟୋବର ପହିଲାରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ସ୍ବତନ୍ତ୍ର ପରୀକ୍ଷା ପାଇଁ କେନ୍ଦ୍ର ଚୟନ କରାଯାଇଛି। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଭାଗର ୧୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ଥିବା ବେଳେ ରାଜ୍ୟରେ ୧୮୫ଟି ପରୀକ୍ଷା କେନ୍ଦ୍ର ହୋଇଛି। ପ୍ରତି କେନ୍ଦ୍ର ସହ ନକଟତମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜକୁ ଟ୍ୟାଗ୍ କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା କମିଟିର ରିପୋର୍ଟ ଆଧାରରେ କେନ୍ଦ୍ରଗୁଡ଼ିକ ଚୟନ ହୋଇଛି। ଯେକୌଣସି ସମୟରେ ପରିଷଦ ପକ୍ଷରୁ କୌଣସି ପରୀକ୍ଷା କେନ୍ଦ୍ରକୁ ପ୍ରତ୍ୟାହାର କରାଯିବାର ଅଧିକାର ରହିଛି। ଯୁକ୍ତ୨ କଲେଜକୁ ଟ୍ୟାଗ୍/ଡି-ଟ୍ୟାଗ୍ କରିବାର କ୍ଷମତା ମଧ୍ୟ ପରିଷଦର ରହିଛି। ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ବ୍ୟବସ୍ଥା ହୋଇଛି।
Powered by Froala Editor