ମୋଟୁ ଥାନା ଆଇଆଇସି ଗିରଫ

ଭୁବନେଶ୍ୱର: ମାଲକାନଗିରି ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁଙ୍କୁ ଗିରଫ କରାଯାଇଛି । ତାଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ନିଜ ଟୁଇଟର ହ୍ୟାଣ୍ଡଲ ଜରିଆରେ ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତକାଲି ସୁଶାନ୍ତଙ୍କ ଠାରୁ ୨ ଲକ୍ଷ ୮୦ଳହଜାର ଟଙ୍କା ମିଳିଥିଲା । ମୋଟୁରୁ ନିଜ ଘର ଫୁଲନଖରା ଆସୁଥିବାବେଳେ ତାଙ୍କୁ ଭିଜିଲାନ୍ସ ଧରିଥିଲା ।
ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ସୁଶାନ୍ତଙ୍କୁ ଧରିବା ସହ ଟଙ୍କା ଜବତ କରିଥିଲା । ତେବେ ଏହି ଟଙ୍କା କେଉଁଠୁ ଆସିଲା ସେ ସମ୍ପର୍କରେ ସୁଶାନ୍ତ କିଛି ଉତ୍ତର ଦେଇପାରିନଥିଲେ । ପରେ ସୁଶାନ୍ତଙ୍କ ଘର ତନଖିବେଳେ ଏକ ସେଲ ଡିଡ ଠାବ କରାଯାଇଥିଲା । ନିଜ ପତ୍ନୀଙ୍କ ନାମରେ ନିକଟରେ କିଣିଥିବା ପ୍ଲଟ ସେଲଡିଡ ମିଳିଥିଲା ।
Powered by Froala Editor