‘ବିଦ୍ରୋହୀ’ରେ ଦର୍ଶକ ଦେଖିବେ ବକ୍ସି ଜଗବନ୍ଧୁଙ୍କ ପରାକ୍ରମ
ଖୁବ୍ଶୀଘ୍ର ଷ୍ଟାର୍ ପ୍ଲସ୍ରେ ପ୍ରସାରଣ ହେବାକୁ ଯାଉଛି ଧାରାବାହିକ ‘ବିଦ୍ରୋହୀ: ବକ୍ସି ଜଗବନ୍ଧୁ’ । କଥା' ପ୍ରଡକ୍ସନ ଦ୍ୱାରା ନିର୍ମିତ ଧାରାବାହିକରେ ୧୮୧୭ ମସିହାରେ ଓଡିଶାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ହୋଇଥିବା ବିଦ୍ରୋହର କାହାଣୀ ଉଲ୍ଲେଖ କରାଯାଇଛି । ଧାରାବାହିକରେ ଦୁଇ ରାଜକୁମାରୀ ଏବଂ ଜଣେ ବିଦ୍ରୋହୀ ଯୋଦ୍ଧା କିପରି ଏକାଠି ହୋଇ ବ୍ରିଟିଶ ସରକାର ବିରୋଧରେ ଲଢ଼େଇ କରୁଛନ୍ତି ତାହା ଦର୍ଶାଯାଇଛି ।
ନିକଟରେ ରିଲିଜ ହୋଇଥିବା ପ୍ରୋମୋରେ ଶରଦ ମଲହୋତ୍ରାଙ୍କୁ ଖୋର୍ଦ୍ଧାର ଐତିହାସିକ ପାଇକ ବିଦ୍ରୋହର ନେତା ବକ୍ସି ଜଗବନ୍ଧୁ ଭାବରେ ପରିଚିତ କରାଯାଇଛି । ସେ ରୋଡଙ୍ଗାଙ୍କର ଜମିଦାର ଥିଲେ ଏବଂ ଖୋର୍ଦ୍ଧା ରାଜା ତାଙ୍କୁ ସେନାପତି ଭାବରେ ମନୋନୀତ କରିଥିଲେ । ବାସ୍ତବରେ, ବକ୍ସି ପ୍ରଚୁର ଟିକସ ଏବଂ ବ୍ରିଟିଶ ନିୟମ ଦ୍ୱାରା ଲୁଣ ଉପରେ ପ୍ରତିବନ୍ଧକ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ଏହି ଧାରାବାହିକ 'ବିଦ୍ରୋହୀ' ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।
Powered by Froala Editor