ଦୁର୍ଘଟଣାରେ ଅଭିନେତ୍ରୀ ଈଶ୍ୱରୀଙ୍କ ମୃତ୍ୟୁ, ଆସନ୍ତା ମାସରେ ହୋଇଥାନ୍ତା ନିର୍ବନ୍ଧ

ମରାଠୀ ଓ ହିନ୍ଦୀ ଫିଲ୍କରେ ଅଭିନୟ କରୁଥିବା ଅଭିନେତ୍ରୀ ଈଶ୍ୱରୀ ଦେଶପାଣ୍ଡେଙ୍କ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗୋଆର ବାଗା-କାଲାଙ୍ଗୁଟରେ ସେ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ସମୟରେ କାରରେ ଉପସ୍ଥିତ ଥିବା ତାଙ୍କ ବନ୍ଧୁ ଶୁଭମ ଦେଗଡେ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। କାର୍ ଗଭୀର ପାଣିରେ ବୁଡିଯିବା କାରଣରୁ ଉଭୟଙ୍କର ମୃତ୍ୟୁ ହୋଇଥିଲା। ତେବେ କାର କିଏ ଚଳାଉଥିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ମିଡିଆ ରିପୋର୍ଟ ଅନୁଯାୟୀ, ଈଶ୍ୱରୀ ଓ ଶୁଭମ କୌଣସି କାମ ସାରି କାର୍ରେ ଫେରୁଥିଲେ। ବୁଧବାର ପ୍ରାୟ ଭୋର ୫.୩୦ରେ ସେମାନଙ୍କ କାର ବାରଦେଜ ତାଲୁକା ଅନ୍ତର୍ଗତ ଅରପୋରା ଠାରେ ଥିବା ବାଗ ହ୍ରଦରେ ଖସି ପଡ଼ିଥିଲା। ସେମାନେ କାର୍ରୁ ବାହାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କାର୍ଟି ସେଣ୍ଟ୍ରାଲ ଲକ୍ ହୋଇ ଯାଇଥିବାରୁ ସେମାନେ ଏହା ମଧ୍ୟରେ ଫସି ଯାଇଥିଲେ। ଫଳରେ ପାଣିରେ ବୁଡ଼ି ଉଭୟଙ୍କ ମୃତ୍ୟୁ ଘଟିଛି।
ଇଶ୍ୱରୀ ଦେଶପାଣ୍ଡେ ଜଣେ ମରାଠୀ ଅଭିନେତ୍ରୀ ଥିଲେ ଏବଂ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ନିକଟରେ ଇଶ୍ୱରୀ ଏକ ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରରେ କାମ କରୁଥିଲେ। ତାଙ୍କର ମରାଠୀ ଚଳଚ୍ଚିତ୍ରର ଶୁଟିଂ ପ୍ରାୟ ଶେଷ ହୋଇଯାଇଥିଲା ଏବଂ ଖୁବ ଶୀଘ୍ର ତାଙ୍କ ଅଭିନୀତ ଫିଲ୍ମ ପରଦାରେ ମୁକ୍ତିଲାଭ କରିବାର ଥିବା ବେଳେ ଏପରି ଘଟଣା ଘଟିଛି।
ଈଶ୍ୱରୀ ଓ ଶୁଭମ ଆସନ୍ତା ମାସରେ ନିର୍ବନ୍ଧ କରିଥାଆନ୍ତେ। ଏହାପୂର୍ବରୁ ସେମାନେ ଗୋଆ ବୁଲିବା ପାଇଁ ସେପ୍ଟେମ୍ବର ୧୫ରେ ଆସିଥିଲେ।
Powered by Froala Editor