ଘରୋଇ କ୍ରିକେଟରଙ୍କ ଦରମା ବଢିଲା

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭାରତୀୟ ଘରୋଇ କ୍ରିକେଟରଙ୍କ ଦରମା ବୃଦ୍ଧି କରିବାକୁ ଘୋଷଣା କରିଛି। ବିସିସିଆଇ ଆପେକ୍ସ କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିସିସିଆଇ ସମ୍ପାଦକ ଜୟ ଶାହ ଟ୍ୱିଟ୍ କରି ଘରୋଇ କ୍ରିକେଟରଙ୍କୁ ଏହି ଖୁସି ଖବର ଦେଇଛନ୍ତି। ୨୦୨୦-୨୧ ସିଜନ୍ ବାତିଲ ହେବା କାରଣରୁ ବିସିସିଆଇ ଏହି ନିଷ୍ପତ୍ତି ନେଇଛି।
ବିସିସିଆଇ ଘରୋଇ ସିନିୟର କ୍ରିକେଟରଙ୍କ ମ୍ୟାଚ୍ ପିଛା ଦରମା ୬୦ ହଜାର ଟଙ୍କା କରିଛି। ଯେଉଁ ଖେଳାଳି ୪୦ କିମ୍ବା ଏହାଠାରୁ ଅଧିକ ମ୍ୟାଚ୍ ଖେଳିଥିବେ, ସେମାନଙ୍କୁ ପ୍ରତି ମ୍ୟାଚରେ ୬୦ ହଜାର ଟଙ୍କା ମିଳିବ। ସେହିପରି ଅଣ୍ଡର-୨୩ ଏବଂ ଅଣ୍ଡର-୧୯ ଖେଳାଳିଙ୍କର ଦରମା ମଧ୍ୟ ବୃଦ୍ଧି କରାଯାଇଛି। ଅଣ୍ଡର୍-୨୩ ଖେଳାଳିଙ୍କୁ ପ୍ରତି ମ୍ୟାଚ୍ ପାଇଁ ୨୫ହଜାର ଟଙ୍କା ଏବଂ ଅଣ୍ଡର-୧୯ କ୍ରିକେଟରଙ୍କୁ ପ୍ରତି ମ୍ୟାଚରେ ୨୦ ହଜାର ଟଙ୍କା ଦିଆଯିବ। କେବଳ ଏତିକି ନୁହେଁ ଯେଉଁ ଖେଳାଳିମାନେ ୨୦୧୯-୨୦ ଘରୋଇ ସିଜନରେ ଭାଗ ନେଇଥିଲେ, ସେମାନଙ୍କୁ ୫୦ ପ୍ରତିଶତ ଅତିରିକ୍ତ ମ୍ୟାଚ୍ ଫି’ ପ୍ରଦାନ କରାଯିବ।
Powered by Froala Editor