କରୋନା ଟିକାକୁ ତୁଚ୍ଛା ରାଜନୀତି କହିଲେ ଅଭିନେତା ବିଜୟ ଆନନ୍ଦ
ବର୍ତ୍ତମାନ ଦେଶରେ ପ୍ରାୟ ୮୦ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ କୋଭିଡ୍ ଟିକା ଦିଆସରିଲାଣି । କିନ୍ତୁ ଏହାରି ମଧ୍ୟରେ ଅଭିନେତା ବିଜୟ ଆନନ୍ଦ ବିବାଦୀୟ ବୟାନ ଦେଇଛନ୍ତି । ଏକ ସାକ୍ଷାତକାରରେ ସେ ଟିକା ନେବାକୁ ମନା କରିବା ସହ କହିଛନ୍ତି, ଟିକା ହେଉଛି ଗୋଟେ ତୁଚ୍ଛ ରାଜନୀତି। ଏହା ଇତିହାସର ସବୁଠାରୁ ବଡ ସ୍କାମ। ଟିକା ନେଇ ନଥିବାରୁ ଲଣ୍ଡନରେ ସୁଟିଂ ହେବାକୁ ଥିବା ମୋର ୨ଟି ଫିଲ୍ମ ହରାଇବାକୁ ପଡିଥିଲା। ଏହା ବ୍ୟତିତ ସର୍ବିଆରେ ସୁଟ୍ ହେବାକୁ ଥିବା ଏକ ବଡ ୱେବ୍ ସିରିଜ ମଧ୍ୟ ହରାଇବାକୁ ପଡିଛି। କେବଳ ସେତିକି ନୁହେଁ ଦୁବାଇରେ ଏକ ଆୱାର୍ଡ ଶୋ’ ରେ ଯୋଗଦେବାକୁ ମଧ୍ୟ ଯାଇପାରିନଥିଲି।’ ଫିଲ୍ମ ପାଇଁ କାମ ମିଳିଥିଲେ ସୁଦ୍ଧା ତାହା ହାତଛଡା ହୋଇଥିଲା ।’
ତେବେ ଭ୍ୟାକସିନ୍ କାହିଁକି ନେବାକୁ ଚାହୁଁ ନାହାନ୍ତି ପ୍ରଶ୍ନରେ ଅଭିନେତା ବିଜୟ ଆନନ୍ଦ କହିଛନ୍ତି, ମୁଁ ମୋ ଶରୀର ମଧ୍ୟରେ କୌଣସି କେମିକାଲ ପୂରାଇବାକୁ ଚାହୁଁନି । ତେଣୁ ମୁଁ ଭ୍ୟାକସିନକୁ ସମ୍ପୂର୍ଣ୍ଣ ଭାବେ ବିରୋଧ କରୁଛି । ଟିକା ଉପରେ ଆହୁରି ରିସର୍ଚ୍ଚ ହେବାପରେ ଯାଇ ଭ୍ୟାକସିନ୍ ନେବେ ବୋଲି କହିଛନ୍ତି ସେ । ବର୍ତ୍ତମାନ ପାଇଁ ମାସ୍କ ପିନ୍ଧୁଛି ଏବଂ ସାମାଜିକ ଦୂରତା ପାଳନ କରୁଛି ତାହା ହିଁ ଯଥେଷ୍ଟ ବୋଲି ଅଭିନେତା ବିଜୟ ଆନନ୍ଦ କହିଛନ୍ତି।
Powered by Froala Editor