ଦେଶରେ ଦିନକରେ ୩୦,୨୫୬ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଥମୁନି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୩୦ ହଜାର ୨୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୯୫ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏପଟେ କିନ୍ତୁ ସୁସ୍ଥହାର ବଢିବାରେ ଲାଗିଛି । ଗୋଟିଏ ଦିନରେ ୪୩ ହଜାର ୯୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି ।
ତେବେ, ଦେଶରେ ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୪ ଲକ୍ଷ ୭୮ ହଜାର ୪୧୯କୁ ବୃଦ୍ଧି ପାଇଛି । ସେହିପରି ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୫ ହଜାର ୧୩୩ ରହିଥିବାବେଳେ ୩ ଲକ୍ଷ ୧୮ ହଜାର ୧୮୧ ସକ୍ରିୟ ମାମଲା ରହିଛି । ୩ କୋଟି ୨୭ ଲକ୍ଷ ୧୫ ହଜାର ୧୦୫ ଆରୋଗ୍ୟ ହୋଇଥିବା ବେଳେ ୮୦ କୋଟି ୮୫ଲକ୍ଷ ୬୮ହଜାର ୧୪୪ ଟୀକାକରଣ ଏଯାଏଁ ହୋଇସାରିଛି ।
Powered by Froala Editor