୨୦୨୨ରେ ରିଲିଜ ହେବ ‘ପୋନିୟିନ୍ ସେଲଭାନ୍’

ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଆଗାମୀ ଫିଲ୍ମ ‘ପୋନିୟିନ୍ ସେଲଭାନ୍’ର ସୁଟିଂ ଶେଷ ହୋଇଛି । କେବଳ ରିଲିଜ ଡେଟ୍କୁ ଅପେକ୍ଷା ରହିଛି । ତେବେ ରିଲିଜ ପୂର୍ବରୁ ଐଶ୍ୱର୍ଯ୍ୟା ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି । ଐଶ୍ୱର୍ଯ୍ୟା ସେୟାର କରିଥିବା ପୋଷ୍ଟରରେ ଉଲ୍ଲେଖ ହୋଇଛି ଯେ ଫିଲ୍ମଟି ସମ୍ପୂର୍ଣ୍ଣ ହୋଇଛି। PS-1 ଆସନ୍ତା ବର୍ଷ ୨୦୨୨ ର ଗ୍ରୀଷ୍ମ ସମୟରେ ମୁକ୍ତିଲାଭ କରିବ। ନିକଟରେ ଐଶ୍ୱର୍ଯ୍ୟା ଫିଲ୍ମର ସୁଟିଂ ପାଇଁ ମଧ୍ୟପ୍ରଦେଶ ଯାଇଥିଲେ ଯେଉଁଠାରେ ସେଟରୁ ତାଙ୍କର କିଛି ଚିତ୍ର ମଧ୍ୟ ପ୍ରକାଶ ପାଇଥିଲା। ଏବେ ଫିଲ୍ମର ସୁଟିଂ ଶେଷ ହେବା ପରେ ପ୍ରଶଂସକମାନେ ଏହାର ରିଲିଜକୁ ଅପେକ୍ଷା କରିଛନ୍ତି।
Powered by Froala Editor