ଏମ୍ବାସି ବାର ସିଲ୍ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବାଏମ୍ବାସି ବାରରେ କମିଶନରେଟ ପୋଲିସ ଅତର୍କିତ ଚଢ଼ାଉ କରି ସିଲ୍ କରିଛି । କୋଭିଡ ନିୟମ ଉଲ୍ଲଂଘନ ସହ ବିଳମ୍ବିତ ରାତି ଯାଏ ଚାଲିଥିଲା ବାର । ବାରରେ ନାଚ ଗୀତରେ ମସଗୁଲ ଥିଲେ ଯୁବକ-ଯୁବତୀ । ବିଶେଷ ସୂତ୍ରରୁ ଖବର ପାଇ ୩ଜଣ ଏସିପି ଓ ୨ ଜଣ ଆଇଆଇସି ଓ ଗୋଟିଏ ପ୍ଲାଟୁନ ଫୋର୍ସ ସହାୟତାରେ ଏହି ଚଢାଉ ହୋଇଥିଲା ।
ଘଟଣାରେ ବାରର ୪ ଜଣଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ । ଏସିପି ତରୁଣ କୁମାର ଦାସ, ପି.କେ.ରାଉତ, ଆର.କେ.ସେନାପତି, ଚନ୍ଦ୍ରଶେଖରପୁର ଥାନା ଆଇଆଇସି ପ୍ରଦୀପ ସ୍ୱାଇଁ, ସହିଦ ନଗର ଥାନା ଆଇଆଇସି ହିମାଂଶୁ ଭୁଷଣ ସ୍ୱାଇଁଙ୍କ ନେତୃତ୍ୱରେ ଚଢାଉ କରାଯାଇ ବାରକୁ ସିଲ୍ କରାଯାଇଛି ।
Powered by Froala Editor