କେମିତି ହେବେ ଆଦର୍ଶ ଅଭିଭାବକ ଜାଣନ୍ତୁ
ଗୋଟେ ଛୋଟ ପିଲାକୁ ଭଲ ମଣିଷ କରି ଗଢିବା ଅନେକ କଷ୍ଠକର ହୋଇଥାଏ । ପିଲାକୁ ଯେମିତି ଗଢିବେ, ସେମାନେ ସେମିତି ହେବେ । ଏଥିରେ ଅଭିଭାବକଙ୍କ ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥାଏ । କାରଣ ପିଲାଟିର ପ୍ରଥମ ଗୁରୁ ତା’ର ବାପା ମା ହିଁ ହୋଇଥାନ୍ତି । ପିଲାଟି ନିଜ ଅଭିଭାବକଙ୍କ ଠାରୁ ସମସ୍ତ ପ୍ରକାର ଆଚାର ବ୍ୟବହାର ଶିକ୍ଷାଲାଭ କରିଥାଏ । ତେଣୁ ଯଦି ଆପଣ ଆଦର୍ଶ ଅଭିଭାବକ ହେବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ କିଛି ଟିପ୍ସ ମନେ ରଖିବା ଉଚିତ୍ ।
ସର୍ବଦା ପିଲାଙ୍କୁ ସ୍ନେହ ଆଦର କରନ୍ତୁ, ଅନେକଙ୍କ ଠାରେ ଦେଖାଯାଏ ପିଲା କୌଣସି ଜିନିଷ ପାଇଁ ଜିଦ୍ ଧରିଲେ ପିତା ମାତା ତାକୁ ମାଡ ମାରିଥାନ୍ତି । ଏପରି କରିବା ଦ୍ୱରା ପିଳା ଅଧିକ ଟିଙ୍ଗା ଓ ରାଗି ହୋଇଯାଏ । ତେଣୁ ଏମିତି ନକରି ପିଲାଙ୍କୁ ବୁଝାଇ ଦିଅନ୍ତୁ । ସବୁବେଳେ ପିଲାଙ୍କୁ ଭଲ ପାଆନ୍ତୁ କିନ୍ତୁ ତାଙ୍କ ଆବଶ୍ୟକ ଅନୁସାରେ ତାଙ୍କ ସବୁ ଡିମାଣ୍ଡ ପୂରଣ କରନ୍ତୁ । ଭୁଲ୍ କଥାରେ ସେମାନଙ୍କୁ ବାରଣ କରନ୍ତୁ । ସର୍ବଦା, ସ୍ନେହ, ଶ୍ରଦ୍ଧା ବିଷୟରେ ବୁଝାନ୍ତୁ । କେବେବି ପିଲାଙ୍କ ସାମ୍ନାରେ ଝଗଡା କରନ୍ତୁ ନାହିଁ କିମ୍ବା ନିଶା ଦ୍ରବ୍ୟ ଖାଆନ୍ତୁ ନାହିଁ । କାରଣ ଏହା ଭବିଷ୍ୟତରେ ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା ସହିତ ପିଲାଙ୍କ ଆଗରେ କେବେ ମିଛ କୁହନ୍ତୁ ନାହିଁ । ମିଛ ପିଲାଙ୍କୁ ବିପଥଗାମୀ କରାଇଥାଏ । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କେବେ ପିଲାଙ୍କୁ ଅନ୍ୟ ସହିତ ତୁଳନା କରନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ପିଲାଟି ଭିତରୁ ଭାଙ୍ଗି ପଡିଥାଏ । ସବୁ ପିଲା ଭିନ୍ନ୍ ହୋଇଥାନ୍ତି ଓ ସେମାନଙ୍କ ଯୋଗ୍ୟତା ମଧ୍ୟ ଭିନ୍ନ ହୋଇଥାଏ, ତେଣୁ ତୁଳନା କରିବା ଦ୍ୱାରା ପିଲାଟି ହତାଶ ହୋଇଥାଏ ଓ ଚିନ୍ତାଗ୍ରସ୍ତ ହୋଇଥାଏ, ଯାହା ତା’ର ଭବିଷ୍ୟତରେ ବିରାଟ କ୍ଷତି ପହଞ୍ଚାଇଥାଏ । ତେଣୁ ଏହି ସବୁ ଦିଗ ଉପରେ ଧ୍ୟାନ ରଖିଲେ, ଆପଣ ଆଦର୍ଶ ଅଭିଭାବକ ହୋଇପାରିବେ ।
Powered by Froala Editor