ଫୁଲି ଉଠୁଛି ମହାନଦୀ, ୭ ଉପକୂଳ ଜିଲ୍ଲାରେ ଆଲର୍ଟ ଜାରି
ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ନିୟନ୍ତ୍ରଣ ପାଇଁ ଖୋଲୁଛି ଗେଟ୍ ପରେ ଗେଟ୍ । ଏପର୍ଯ୍ୟନ୍ତ ହୀରାକୁଦ ଡ୍ୟାମର ୨୮ ଗେଟ୍ ଦେଇ ଜନ ନିଷ୍କାସିତ ହେଉଛି । ଏଥିପାଇଁ ମହାନଦୀ ଫୁଲି ଉଠୁଛି । ଏଥିପାଇଁ ଅନ୍ୟ ଶାଖା ନଦୀ ଗୁଡିକର ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି । ମହାନଦୀରେ ଆସୁଛି ଏବର୍ଷର ପ୍ରଥମ ବନ୍ୟା । ଆସନ୍ତାକାଲି ସକାଳ ସୁଦ୍ଧା କଟକ ମୁଣ୍ଡଳିରେ ପ୍ରବାହିତ ହେବ ୮ ଲକ୍ଷ କୁ୍ୟସେକ୍ ବନ୍ୟାଜଳ । ଏଥିପାଇଁ ୭ଟି ଉପକୂଳ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲି ରାତି ସୁଦ୍ଧା କଟକ, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିବ । ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ଓଡ୍ରାଫ, ଏନ୍ଡିଆରଏଫ ଓ ଅଗ୍ନିଶମ ଟିମ ମୁତୟନ ହୋଇଛନ୍ତି । ଏବେ ପ୍ରତି ସେକେଣ୍ଡରେ ୫ ଲକ୍ଷ ୧୨ ହଜାର ୨୪୦ କୁ୍ୟସେକ ଜଳ ପ୍ରବେଶ କରୁଛି । ୨୮ଟି ଗେଟ ଦେଇ ନିଷ୍କାସନ ହେଉଛି ୪ଲକ୍ଷ ୮୬ ହଜାର କୁ୍ୟସେକ ଜଳ ।
ଅନ୍ୟ ପକ୍ଷରେ ବିପଦ ସଂକେତ ଟପିଲି ସୁବର୍ଣ୍ଣରେଖା । ରାଜଘାଟ ଠାରେ ବିପଦ ସଂକେତ ୧୦.୩୬ ମିଟର ଥିବା ବେଳେ । ସକାଳ ୭ଟା ସୁଦ୍ଧା ବିପଦ ସଙ୍କ?ତ ଟପି ୧୦. ୪୧ ମିଟରରେ ଜଳ ପ୍ରବାହିତ ହେଉଛି । ବାଲିଆପାଳ ଓ ଭୋଗରାଇ ତଳିଆ ଅଞ୍ଚଳରେ ପଶିଲା ସୁବର୍ଣ୍ଣ ରେଖା ବନ୍ୟା ଜଳ । ଏଥିପାଇଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।
Powered by Froala Editor