ସ୍ୱିଗି ବୟ ଗିରଫ
ଭୁବନେଶ୍ୱର: ନିଜର ମିଛ ଅପହରଣ ନାଟକ ରଚିଥିବା ସ୍ୱିଗିବୟ ଚିକୁନକୁ ଗିରଫ କରାଯାଇଛି । ଆଜି ଧଉଳି ପୁଲିସ ତାକୁ ଗିରଫ କରିଛି । ମିଛ ଅପହରଣର ଭ୍ରମ ସୃଷ୍ଟି କରିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି । ମଧ୍ୟପ୍ରଦେଶରେ ପ୍ରେମିକ ସହ ଧରାପଡ଼ିବା ପରେ ଆଜି ଉଭୟଙ୍କୁ ଓଡ଼ିଶା ଅଣାଯାଇଥିଲା ।
ତେବେ ତାଙ୍କ ପ୍ରେମିକା କହିଛନ୍ତି ମୁଁ ମୋ ଇଚ୍ଛାରେ ଯାଇଥିଲି । ଏହା ଅପହରଣ ନୁହେଁ । ଅନ୍ୟପକ୍ଷରେ ଧଉଳି ଥାନାରେ ଉଭୟଙ୍କ ବୟାନ ରେକର୍ଡ କରାଯାଇ ଅଧିକ ପଚରାଉଚରା କରାଯାଉଥିବା ଜଣାଯାଇଛି ।
ଅନ୍ୟପଟେ କାହାଣୀ ଆଉ ଏକ ନୂଆ ମୋଡ ନେଇଛି । ଫେରାର୍ ଥିବା ସ୍ବିଗି ବଏଙ୍କ ପତ୍ନୀ ତାଙ୍କ ସପକ୍ଷରେ ବାହାରିଛନ୍ତି । ସେ ଝିଅ କିଏ ମୁଁ ଚିହ୍ନିନି । ମୋ ସ୍ବାମୀ ନିର୍ଦ୍ଦୋଶ, ସେ କିଛି କରିନାହାନ୍ତି, ତାଙ୍କୁ ଛାଡୁ ଦିଅନ୍ତୁ ବୋଲି ସ୍ବିଗି ବଏଙ୍କ ପତ୍ନୀ ଦାବି କରିଛନ୍ତି ।
ମୋ ସ୍ଵାମୀ ଖାଲି ମୋର ବୋଲି କହିଛନ୍ତି ଚିକୁନଙ୍କ ପତ୍ନୀ ଅହଲ୍ୟା । ଅନ୍ୟପଟେ ତାଙ୍କ ମାଆ କହିଛନ୍ତି ମୋ ପୁଅ ମୋ ବୋହୁ ଏକାଠି ରହନ୍ତୁ । ଆମେ ୨ ଟା ବୋହୂ ରଖି ପାରିବୁନି । ଅନ୍ୟ ପଟେ ଝିଅ ଉପରେ ଦୋଷ ଲଦିଛନ୍ତି ଚିକୁନଙ୍କ ଭାଇ । ଚିକୁନ୍ ବାହା ହୋଇଥିଲା ବୋଲି ସେ ଝିଅ ଜାଣିଥିଲା । ତେଣୁ ଚିକୁନର କିଛି ଭୁଲ୍ ନାହିଁ ସେ ଝିଅର ଭୁଲ୍ । ସେ ଜାଣି ଶୁଣି ତା ଜୀବନକୁ ନଷ୍ଟ କରିଛି । ଆମ ଚିକୁନ୍ ତା ସ୍ତ୍ରୀ ସହ ରହୁ ବୋଲି ମଧ୍ୟ ତାଙ୍କ ଭାଇ କହିଥିଲେ । ଅନ୍ୟପଟେ ଏବେ ବି ଚିକୁନ୍ ଏବଂ ତାଙ୍କ ପ୍ରେମିକାକୁ ଥାନାରେ ରଖି ପଚରାଉଚରା କରୁଛି ପୋଲିସ ।
Powered by Froala Editor