ପୁଣି ଏମାର ମଠରେ ରୁପା ଇଟା ଖୋଜା ଆରମ୍ଭ
ପୁରୀ: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଏମାର ମଠରେ ରୁପା ଇଟା ଖୋଜା ଆରମ୍ଭ ହୋଇଛି । ମେଟାଲ ଡିଟେକ୍ଟର ଦ୍ୱାରା ଏମାର ମଠରେ ଯାଞ୍ଚ କରାଯାଉଛି । ମଠରେ ଆଉ ରୁପା ଇଟା ଅଛି ନା ନାହିଁ ସେ ନେଇ ଯାଞ୍ଚ ଚାଲିଛି ।
ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ସ୍ୱତନ୍ତ୍ର ଟିମ ଦ୍ୱାରା ଏହି ଯାଞ୍ଚ ଚାଲିଛି । ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଦେବୋତ୍ତର ଅଧିକାରୀମାନେ ଏହି ଯାଞ୍ଚ ଅବସରରେ ଉପସ୍ଥିତ ଅଛନ୍ତି । ଉତ୍ତର ପାଶ୍ୱର୍ ମଠ ମହନ୍ତଙ୍କ ଲିଖିତ ନିବେଦନକୁ ବିଚାର କରି ଏହି ଯାଞ୍ଚ ଚାଲିଛି । ପୂର୍ବରୁ ୫୨୨ ଓ ପରେ ୪୨ ଖଣ୍ଡ ରୁପା ଇଟା ଏମାର ମଠରୁ ମିଳିଥିଲା ।
ତେବେ ଏବେ ପୁଣି ମଠରେ ରୁପା ଇଟା ଅଛି କି ନାହିଁ ତାହାର ଯାଞ୍ଚ କରାଯିବାକୁ ଉତ୍ତର ପାଶ୍ୱର୍ ମଠ ମହନ୍ତଙ୍କ ପକ୍ଷରୁ ପ୍ରଶାସନକୁ ନିବେଦନ କରାଯାଇଥିଲା ।
Powered by Froala Editor