କରୋନା ପଜିଟିଭ ହେଲେ ସୋନୁ ସୁଦ୍

କରୋନା ମହାମାରୀ ପାଇଁ ଦେଶରେ ଲକଡାଉନ୍ ସମୟରେ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଚଳଚ୍ଚିତ୍ର ଅଭିନେତା ସୋନୁ ସୁଦ୍ ଶେଷରେ କରୋନା ପଜିଟିଭ ହୋଇଛନ୍ତି | ଅଭିନେତା ସୋନୁ ସୁଦ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ଟ୍ୱିଟ କରିକି ସେ ଲେଖିଛନ୍ତି ଯେ " ବନ୍ଧୁଗଣ, ମୁଁ ଆପଣମାନଙ୍କୁ ସୂଚିତ କରିବାକୁ ଚାହୁଁଛି କି ମୁଁ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛି। ମୁଁ ନିଜକୁ ସଙ୍ଗରୋଧରେ ରଖିଛି। ଚିନ୍ତାର କୌଣସି କାରଣ ନାହିଁ । ଏବେ ମୋତେ ବହୁତ ସମୟ ମିଳିବ। ମୁଁ ଆପଣମାନଙ୍କର ସମସ୍ୟା ଦୂର କରିବି। ମନେରଖନ୍ତୁ, ଯାହା ବି ସମସ୍ୟା ଆସୁ ମୁଁ ଆପଣମାନଙ୍କ ପାଖରେ ଅଛି।" ଫିଲ୍ମରେ ଖଳନାୟକ ଚରିତ୍ରରେ ଅଭିନୟ କରି ସୋନୁ ସୁଦ ଯେତିକି ଲୋକପ୍ରିୟତା ପାଇଥିଲେ ତା’ଠାରୁ ଢେର ଅଧିକ ସେ କରୋନା ମହାମାରୀ ପାଇଁ ଦେଶରେ ଲକଡାଉନ୍ ସମୟରେ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ନିଜକୁ ‘ରିୟଲ୍ ହିରୋ’ ସାବିତ କରିଛନ୍ତି |