ସୀତା ହେବେ କଙ୍ଗନା

ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଳଳିତାଙ୍କ ବାୟୋପିକ୍ରେ କମାଲ ଅଭିନୟ କରି ଦେଖାଇଥିବା କଙ୍ଗନା ରଣାୱତ ଏବେ ଆଉ ଏକ ଚରିତ୍ରରେ ଦେଖାଦେବେ । କଙ୍ଗନା ‘ଦ ଇନକାର୍ନେସନ- ସୀତା’ ରେ ମୁଖ୍ୟ ଚରିତ୍ର ଅର୍ଥାତ ମାତା ସୀତାଙ୍କ ଚରିତ୍ରରେ ଅଭିନୟ କରିବେ। କିଛି ସମୟ ପୂର୍ବରୁ ଅଫିସିଆଲି ଏ ସମ୍ବନ୍ଧରେ ଘୋଷଣା ହୋଇଛି। କିଛି ଦିନ ପୂର୍ବରୁ ଏହି ଚରିତ୍ରରେ କରିନା କପୁର ଅଭିନୟ କରିବେ ବୋଲି କୁହାଯାଉଥିଲା। କିନ୍ତୁ ରିପୋର୍ଟରେ କୁହାଯାଇଛି ଯେ ଏହି ଚରିତ୍ର ପାଇଁ କରିନା ମୋଟା ଅଙ୍କର ଫି’ ଦାବି କରିଥିଲେ। ଏହାପରେ କଙ୍ଗନାଙ୍କୁ ସୀତା ଚରିତ୍ରର ଅଫର ମିଳିଛି । ଏନେଇ ସେ ମଧ୍ୟ ଖୁବ ଖୁସି ଥିବା କହିଛନ୍ତି । କଙ୍ଗନା ନିଜେ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏ ସମ୍ବନ୍ଧରେ ସ୍ପଷ୍ଟ କରିଛନ୍ତି।
‘ଥଲାଇଭି’ ପରେ ‘ସୀତା’ କଙ୍ଗନାଙ୍କ ଆଉ ଏକ ପ୍ୟାନ ଇଣ୍ଡିଆ ଫିଲ୍ମ ହେବ ଯାହା ୫ ଭାଷାରେ ରିଲିଜ ହେବ। ‘ସୀତା’ର ନିର୍ଦ୍ଦେଶନା ଅଲୌକିକ ଦେଶାଇ କରିବେ। ଅନେକ ନାଁ ମଧ୍ୟରେ ନିର୍ମାତା କଙ୍ଗନାଙ୍କ ନାଁ ଫାଇନାଲ କରିଛନ୍ତି।
Powered by Froala Editor