ଲଗାଣ ବର୍ଷାରେ ସ୍ଥିତି ବେହାଲ, ବିପଦ ସଙ୍କେତ ଉପରେ ବ୍ରାହ୍ମଣୀ, ବୈତରଣୀ
ଭୁବନେଶ୍ୱର: ଲଗାଣ ବର୍ଷାରେ ଓଡିଶାର ସ୍ଥିତି ବେହାଲ ହୋଇପଡିଛି । ଅନେକ ଅଞ୍ଚଳ ବର୍ତ୍ତମାନ ଜଳବନ୍ଦିରେ ଅଛି । ଏହାରି ଭିତରେ ବ୍ରାହ୍ମଣୀ ଓ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି । ବ୍ରାହ୍ମଣୀ ନଦୀରେ ଯାଜପୁର ରସଲପୁର ବ୍ଲକ ବନ୍ଧଢିଅ ପଞ୍ଚାୟତର ବଣିଆସାହି ଠାରେ ଘେରିବନ୍ଧ ଭାଙ୍ଗି ଦୁଇଟି ଘାଇ ସୃଷ୍ଟି ହୋଇଛି । ଏଥିପାଇଁ ଗତକାଲି ୧୦୦ରୁ ଉଦ୍ଧ୍ୱର୍ ପରିବାର ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି । ଅନ୍ୟପଟେ ଲଘୁଚାପ ଜନିତ ବର୍ଷା ଯୋଗୁଁ ୨୦ଟି ଜିଲ୍ଲାର ୧୧୧ବ୍ଲକ ପ୍ରଭାବିତ ହୋଇଛି ଓ ୩୬୯୬ ଗାଁ ମଧ୍ୟ ପ୍ରଭାବିତ ହୋଇଛି । ୨୮୭୦ ଘର ନଷ୍ଟ ହୋଇଛି । ଏହା ସହିତ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ମୋଟ ୪ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ପ୍ରଭାବିତ ହୋଇଥିବା ୧୩ହଜାର ୫୩୪ ଲୋକଙ୍କୁ ଉଦ୍ଧାର କରାଯାଇଛି ।
Powered by Froala Editor