ବିଜୟଙ୍କୁ ସମର୍ଥନ ପତ୍ର ପ୍ରଦାନ କଲେ କଂଗ୍ରେସ ବିଧାୟକ
ନୂଆଦିଲ୍ଲୀ: କଂଗ୍ରେସ ଦଳ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି ଯେ ତାମିଲନାଡୁରେ ପରବର୍ତ୍ତୀ ସରକାର ଗଠନ ପାଇଁ ତାମିଲଗା ଭେଟ୍ରି କାଝାଗମ (ଟିଭିକେ)କୁ ସମର୍ଥନ କରିବେ। ଦଳ ଘୋଷଣା କରିଛି ଯେ, ଏହି ମେଣ୍ଟ ପାରସ୍ପରିକ ସମ୍ମାନ ଏବଂ ରାଜ୍ୟ ସରକାରରେ ଉପଯୁକ୍ତ ଭାଗ ଉପରେ ପ୍ରତିଷ୍ଠିତ ହୋଇଛି।
ଚେନ୍ନଇର ଟିଭିକେ ମୁଖ୍ୟାଳୟରେ ଟିଭିକେ ମୁଖ୍ୟ ବିଜୟଙ୍କୁ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି ତାମିଲନାଡୁ କଂଗ୍ରେସ ବିଧାୟକ ମାନେ। ସରକାର ଗଠନ ପାଇଁ ଟିଭିକେକୁ ପୂର୍ଣ୍ଣ ସମର୍ଥନ ଦେବାକୁ ତାମିଲନାଡୁ କଂଗ୍ରେସ କମିଟି ଏବଂ କଂଗ୍ରେସ ବିଧାୟକ ଦଳ (ସିଏଲପି) ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସର ସମର୍ଥନ ପତ୍ର ପାଇବା ପରେ ବିଜୟ ରାଜଭବବନ ଅଭିମୁଖେ ବାହାରିଛନ୍ତି।
Powered by Froala Editor