ପ୍ରବଳ ବର୍ଷା, ରେଡ୍ ଆର୍ଲଟ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ
ଭୁବନେଶ୍ୱର: ଲଘୁଚାପ ଜନିତ ପ୍ରବଳ ବର୍ଷା ପାଇଁ ବନ୍ଦ ହେଲା ସ୍କୁଲ। ୧୨ ଜିଲ୍ଲାରେ ୨ଦିନ ପାଇଁ ସ୍କୁଲକୁ ବନ୍ଦ କରାଯାଇଛି। ରେଡ୍ ଆର୍ଲଟ ଥିବା ଜିଲ୍ଲାରେ ସମସ୍ତ ସ୍କୁଲକୁ ବନ୍ଦ କରାଯାଇଛି। ଏନେଇ ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଆଗକୁ ବର୍ଷା ବଢ଼ିବାର ସମ୍ଭବାନା ଥିବାରୁ ଆଜି ଓ ଆସନ୍ତାକାଲି ସ୍କୁଲ ବନ୍ଦ ରହିବ। ପୁରୀ, ଖୋର୍ଦ୍ଧା କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ ଓ ନୟାଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼କୁ ମଧ୍ୟ ରେଡ୍ ଆଲର୍ଟ ଜାରି କରିଥିଲେ ଏସଆରସି।
ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୫ କିମି ବେଗରେ ସ୍ଥଳ ଭାଗ ଆଡ଼କୁ ଗତି କରୁଛି ଲଘୁଚାପ। ଧିରେ ଧିରେ ଏହା ପୂର୍ବ ପଶ୍ଚିମ ଓ ଉତ୍ତର ପଶ୍ଚିମକୁ ଗତି କରି ଉତ୍ତର ଓଡ଼ିଶା ଉତ୍ତର ଛତିଶଗଡ଼ ଦେଇ ଯିବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ମଧ୍ୟ ପ୍ରଦେଶ ଆଡ଼କୁ ଗତି କରିବ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ଵୋଲି ସୂଚନା ଦେଇଛି ପାଣି ପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ଉପକୂଳରୁ ଉପାନ୍ତ ସବୁଠି ଲାଗି ରହିଛି ବର୍ଷା।
Powered by Froala Editor