କାଲି ୧୨ ଘଣ୍ଟିଆ କଟକ ବନ୍ଦ
ଭୁବନେଶ୍ୱର: ଆସନ୍ତାକାଲି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କଟକ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରାରୁ ସମସ୍ତ ଜରୁରୀ ସେବାକୁ ବାଦ ଦିଆଯାଇଛି । ମୂର୍ତ୍ତି ଉଚ୍ଚତାକୁ ନେଇ ଉଠିଥିବା ବିବାଦ ପ୍ରସଙ୍ଗକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ସମୀର ଦେ ବନ୍ଦ ଡାକରା ସମ୍ପର୍କରେ ସୂଚନା ଦେଇଛନ୍ତି ।
ଏହି ଅବସରରେ ସମୀର ଦେ କହିଛନ୍ତି ଯେ କଟକ ମୁରବିଙ୍କୁ ସରକାର ଅପମାନିତ କରିଛନ୍ତି । ପ୍ରଶାସନ-ସରକାର ମଧ୍ୟରେ ତାଳମେଳ ରହୁନଥିବା କହିବା ସହ ସରକାରଙ୍କ ସହ ପୂଜା କମିଟି ବୈଠକକୁ ନେଇ ସମୀର ଦେ ପ୍ରଶ୍ନ ଉଠାଇଛନ୍ତି । ଆଲୋଚନା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ସଚିବ କାହିଁକି କଥା ହେଲେନି ବୋଲି ସେ କହିଛନ୍ତି । ଯଦି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇନଥିଲା ତେବେ କାହିଁକି ବୈଠକ ଡକାଗଲା । ସେହିପରି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ମଧ୍ୟ ସମୀର ଟାର୍ଗେଟ କରିଛନ୍ତି । ବିବାଦ ସମ୍ପର୍କରେ କ’ଣ ସାଂସ ଅବଗତ ନଥିଲେ । ପ୍ରଥମେ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେନି । ଏବେ ଭେଟିବାକୁ କହୁଛନ୍ତି ବୋଲି ସମୀର ଦେ ପ୍ରଶ୍ନ କରିଛନ୍ତି ।
Powered by Froala Editor