ନିଜ ବାୟୋପିକ୍ରେ ଐଶ୍ୱର୍ଯ୍ୟାଙ୍କୁ ଦେଖିବାକୁ ଚାହୁଁଥିଲେ ଜୟଲଳିତା
ନିକଟରେ ରିଲିଜ ହୋଇଛି ଫିଲ୍ମ 'ଥଲାଇଭି'। ଏଥିରେ ବଲିଉଡ୍ କୁଇନ୍ କଙ୍ଗନା ରଣାୱତ୍ ଙ୍କୁ ତାମିଲନାଡୁର ଦିବଙ୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ଚରିତ୍ରରେ ଦେଖିବାକୁ ମିଳିଛି। ତେବେ ଏହି ଫିଲ୍ମ ପାଇଁ କଙ୍ଗନା ନୁହେଁ ଐଶ୍ୱର୍ଯ୍ୟା ରାୟ ଥିଲେ ଜେ.ଜୟଲଳିତାଙ୍କ ପ୍ରଥମ ପସନ୍ଦ। ଏହି କଥାକୁ , ନିକଟରେ ଖୁଲାସା କରିଛନ୍ତି ଅଭିନେତ୍ରୀ, ତଥା ନିର୍ଦ୍ଦେଶିକା, ପ୍ରଯୋଜକ ଓ ହୋଷ୍ଟ ସିମି ଗରେୱାଲ।
'ଥଲାଇଭି' ସ୍କ୍ରିନିଂ 'ଶୋ'ରେ ଯୋଗ ଦେବା ପରେ ସିମି ଗରେୱାଲ କଙ୍ଗନାଙ୍କ ଅଭିନୟକୁ ନେଇ ଖୁବ୍ ପ୍ରଶଂସା କରିଥିଲେ। ଏହା ସହ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଥିଲେ, 'ମୁଁ କଙ୍ଗନାଙ୍କ ଉଗ୍ର କମେଣ୍ଟକୁ ବିଲକୁଲ ସମର୍ଥନ କରୁନି, କିନ୍ତୁ ତାଙ୍କ ଆକ୍ଟିଂ ଟାଲେଣ୍ଟ ବେଶ୍ ଚତ୍ମକାର। 'ଥଲାଇଭି'ରେ ସେ ନିଜର ମନ ଏବଂ ଆତ୍ମାକୁ ଉତ୍ସର୍ଗୀ କରି ଦେଇଛନ୍ତି। ହେଲେ ଐଶ୍ୱର୍ଯ୍ୟା ତାଙ୍କ ବାୟୋପିକ୍ରେ କାମ କରନ୍ତୁ ବୋଲି ଜୟଲଳିତା ଚାହୁଁଥିଲେ। କିନ୍ତୁ ଯେଉଁଭଳି କଙ୍ଗନା ଏହି ଫିଲ୍ମରେ କାମ କରିଛନ୍ତି, ତାକୁ ସେ ଦେଖିଥିଲେ ନିଶ୍ଚିତ ରୂପେ ପ୍ରଶଂସା ନକରି ରହିପାରିନଥା'ନ୍ତେ।
ସୂଚନା ମୁତାବକ, ଜୟଲଳିତା ସିମି ଗରେୱାଲଙ୍କ ଚାଟ୍ ଶୋ'ରେ ପୂର୍ବରୁ ଅତିଥି ରୂପେ ସାମିଲ ହୋଇଥିଲେ। ଏହି ସମୟରେ ଦିବଙ୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜ ପସନ୍ଦର ଗୀତ ଗାଇଥିଲେ। ଏଥିରେ ଐଶ୍ୱର୍ଯ୍ୟାଙ୍କ ବିଷୟରେ ମଧ୍ୟ କହିଥିଲେ।
Powered by Froala Editor