ରାଜଙ୍କ ବିନା ଗଣପତି ପୂଜା କଲେ ଶିଳ୍ପା

ଧୁମଧାମରେ ଗଣପତିଙ୍କ ପୂଜା କରିଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟି। ହେଲେ ସବୁ ବର୍ଷ ସ୍ୱାମୀ ରାଜ ଶିଳ୍ପାଙ୍କ ପାଖେ ପାଖେ ରହୁଥିବା ବେଳେ ଏଥର ନିଜ ପୁଅ, ଝିଅଙ୍କ ସହ ପ୍ରଭୁଙ୍କ ଆରାଧନା କରିଛନ୍ତି ଶିଳ୍ପା। ସ୍ୱାମୀ ଜେଲ୍ରେ ଥିବା ସତ୍ତ୍ୱେ ଶିଳ୍ପା ପୂଜାରେ କିଛି ବି କାଟଛାଣ୍ଟ କରି ନ ଥିଲେ। ଏପରିକି ନିଜ ଘରେ ବେଶ୍ ଧୁମଧାମରେ ଓ ଉତ୍ସାହର ସହ ପୁଅଝିଅଙ୍କ ସହ ପୂଜା ପାଳିଛନ୍ତି ଶିଳ୍ପା। ଏହାର ଫଟୋ ବି ସୋଶାଲ ମିଡିଆରେ ଶେଆର କରିଛନ୍ତି, ଯାହାକି ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ସୋଶାଲ ମିଡିଆରେ ଶିଳ୍ପା ନିଜ ପେଣ୍ଡାଲ ଫଟୋ ଶେଆର କରିଛନ୍ତି । ଏଥିସହ ଲେଖିଛନ୍ତି, ୧୧ ବର୍ଷ ହେଲାଣି ଗଣପତି ବପ୍ପା ଆମ ଘରକୁ ଆସୁଛନ୍ତି। ଏକ ଭିଡିଓ ଶେଆର କରିଛନ୍ତି, ଯେଉଁଥିରେ ଶିଳ୍ପା ନିଜ ପୁଅ ଭିଆନଙ୍କ ସହ ପ୍ରଭୁଙ୍କ ଆରତୀ କରୁଛନ୍ତି। ଏହାର କ୍ୟାପସନରେ ସେ ଲେଖିଛନ୍ତି, ସବୁ ବର୍ଷ ପରି ଏଥର ବି ଗଣପତି ବପ୍ପା ଆମ ସହ ଅଛନ୍ତି । ତେଣୁ ସବୁ ସଙ୍କଟ ଦୂରେଇ ଯିବ ।
ସୂଚନାଯୋଗ୍ୟ, ଶିଳ୍ପା ସେଟ୍ଟି ସବୁ ବର୍ଷ ନିଜ ଘରେ ବେଶ୍ ଧୁମ୍ଧାମର ସହ ଗଣେଶ ପୂଜା ପାଳିଥାନ୍ତି। ଏ ବର୍ଷ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିନା ଗଣେଶ ପୂଜା ପାଳିଛନ୍ତି ଶିଳ୍ପା।
Powered by Froala Editor