ପିକଅପ ଭ୍ୟାନରୁ ୩୨୦ କେଜି ଗଞ୍ଜେଇ ଜବତ,
ଭଞ୍ଜନଗର,ଜଳେଶ୍ୱର: ନିଶା କାରବାର ଉପରେ ପୁଲିସର ଚଢଉ ସତ୍ତ୍ୱେ ଏହା କମିବାର ନାମ ନେଉନାହିଁ । ଏକ ପିକଅପ ଭ୍ୟାନରୁ ୩୨୦ କେଜି ଗଞ୍ଜେଇ ଜବତ କରାଯାଇଥିବାବେଳେ ଏହି ମାମଲାରେ ଜଣକୁ ଗିରଫ କରାଯାଇଛି । ଗଜପତି-ଗଞ୍ଜାମ ରାସ୍ତାର ବଡ଼ଗଡ଼ ଥାନା ଡାଳଖାଇ ନିକଟରୁ ଏହି ଗଞ୍ଜେଇ ଜବତ କରାଯାଇଛି । ଗଜପତିରୁ ଗଞ୍ଜାମ ଚାଲାଣ ବେଳେ ପୁଲିସ ଚଢଉ କରି ଉକ୍ତ ଗଞ୍ଜେଇକୁ ଜବତ କରିଛି । ଜବତ ଗଞ୍ଜେଇର ମୂଲ୍ୟ ୮୦ ଲକ୍ଷ ହେବ ବୋଲି ପୁଲିସ ପକ୍ଷରୁ ପ୍ରକାଶ ।
ଅନ୍ୟପକ୍ଷରେ ଜଳେଶ୍ୱରରୁ ପୁଣି ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ରାଜପୁର ଅଞ୍ଚଳରେ ଚଡଉ କରି ପୁଲିସ ଉକ୍ତ ବ୍ରାଉନସୁଗର ଜବତ କରିଛି । ପ୍ରାୟ ୩୦୦ ଗ୍ରାମ ଓଜନର ବ୍ରାଉନସୁଗର ଜବତ କରାଯାଇଥିବାବେଳେ ୨ ଜଣଙ୍କୁ ଗିରଫ କରାଯାଇଛି ।
Powered by Froala Editor