୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
ଭୁବନେଶ୍ୱର: ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ହଟ୍ଟଗୋଳ ଦେଖିବାକୁ ମିଳିଛି । ବିରୋଧୀ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ନାରାବାଜି କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଦିନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ପଛୁଆ ବର୍ଗଙ୍କ ଗଣନାକୁ ଶାସକ ବିଜେଡି ମୁଖ୍ୟ ପ୍ରସଙ୍ଗ କରିବା ସହ ଆଜି ବିଧାନସଭାରେ ପୁଣି ଥରେ ଓବିସି ଗଣନା ଓ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ହଟାଇବା ନେଇ ଏକ ସଂକଳ୍ପ ପ୍ରସ୍ତାବ ପାରିତ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ବିଜେଡିର ‘ଓବିସି କାର୍ଡ’କୁ ପୂର୍ବରୁ କଂଗ୍ରେସର ସମର୍ଥନ ମିଳିଥିବାବେଳେ ବିଜେପି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରୁଥିଲେ ମଧ୍ୟ ଓବିସି ଗଣନା ଓ ସଂରକ୍ଷଣର ସୀମାକୁ ୫୦ପ୍ରତିଶତ ମଧ୍ୟରେ ସୀମିତ ରଖିବା ପ୍ରସଙ୍ଗରେ ବିଧାନସଭାରେ ପ୍ରସ୍ତାବିତ ସଂକଳ୍ପ ପ୍ରସ୍ତାବକୁ ବିରୋଧ କରିବାର ସମ୍ଭାବନା କ୍ଷୀଣ। ଅନ୍ୟପକ୍ଷରେ ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇଥିବା ବିଧାନସଭାର ୮ ଦିନିଆ ମୌସୁମୀ ଅଧିବେଶନ ଗୋଟିଏ କାର୍ୟ୍ୟ ଦିବସ ଥାଇ ବନ୍ଦ ହେବାର ସମ୍ଭାବନା ଅଛି ବୋଲି ଜଣାପଡ଼ିଛି।
Powered by Froala Editor