ଇନ୍ଷ୍ଟାରେ କ୍ୟାଟ୍ରିନାଙ୍କ କମାଲ୍
ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ କ୍ୟାଟ୍ରିିନା କୈଫ୍ । ଏଥର ବିବାଦକୁ ନେଇ ନୁହେଁ, ନିଜ ଫଟୋ ପାଇଁ । ନିକଟରେ ଏହି ବଲିଉଡ୍ ସୁନ୍ଦରୀ ଇନ୍ଷ୍ଟାରେ ଦୁଇଟି ଫଟୋ ଅପଲୋଡ୍ କରିଛନ୍ତି । ଯାହା ଭାଇରାଲ୍ ହୋଇଛି । ଖୁବ୍ କମ୍ ସମୟ ମଧ୍ୟରେ ଏହାକୁ ଲକ୍ଷାଧିକ ଲୋକ କରିଛନ୍ତି ସେୟାର । କ୍ୟାଟ୍ରିନାଙ୍କ ଫ୍ୟାନ୍ମାନେ ପ୍ରଂଶସାରେ ପୋତି ପକାଇଛନ୍ତି ।
କ୍ୟାଟ୍ରିନା ବାଇଗଣୀ ରଙ୍ଗର କପଡ଼ା ପିନ୍ଧି ଏକ ଶାନଦାର ଫଟୋ ସେୟାର କରିଛନ୍ତି । ଏଥିରେ ସେ ଖୁବ୍ ସୁନ୍ଦର ଦେଖା ଯାଉଛନ୍ତି । ଫଟୋ ସହିତ କ୍ୟାଟ୍ରିନା କୈଫ କ୍ୟାପସନରେ ଲେଖିଛନ୍ତି, ତୁର୍କୀ ପତାକା ଇମୋଜି । ହୃଦୟ ଇମୋଜି ଅଛି । କ୍ୟାଟ୍ରିନା ଏବେ ତୁର୍କୀରେ ଅଛନ୍ତି । ଫଟୋରେ ସେ ଏହି ଦେଶ ପ୍ରତି ତାଙ୍କର ପ୍ରେମ ବ୍ୟକ୍ତ କରିଛନ୍ତି । ସେ ତୁର୍କୀରେ ଆଗାମୀ ଚଳଚ୍ଚିତ୍ରର ‘ଟାଇଗର୍’ ସୁଟିଂ କରୁଛନ୍ତି । ତାଙ୍କ ସହିତ ଲିଡ୍ ରୋଲ୍ରେ ଅଛନ୍ତି ଭାଇଜାନ୍ ସଲମାନ୍ ଖାନ୍ । ସୂଚନାଯୋଗ୍ୟ, ନିକଟରେ ସେ ସଲୁ ଭାଇଙ୍କ ସହ ତୁର୍କୀ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମେହମେତ ନୁରୀ ଏରସେଙ୍କୁ ସାକ୍ଷାତ କରିଥିଲେ ।
ଗତ କିଛି ପୂର୍ବରୁ ଏକ ଖବର ସାମ୍ନାକୁ ଆସିଥିଲା କି ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଚଳିତ ବର୍ଷ ଡିସେମ୍ବର ମାସରେ ବିବାହ କରିପାରନ୍ତି । ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ୍ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭିକି ଏବଂ କ୍ୟାଟ୍ରିନା କୈଫ ଚଳିତ ବର୍ଷ ଡିସେମ୍ବର ମାସରେ ବିବାହ କରିପାରନ୍ତି । ରାଜସ୍ଥାନର ଉଦୟପୁରରେ ଉଭୟ ବିବାହ କରିବେ । ଯେଉଁଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଉ ଏବେ ଏହି ଫଟୋ ସେୟାର ପରେ ଚର୍ଚ୍ଚା ଜୋର୍ ଧରିଛି । ଭିକିଙ୍କ ପାଇଁ କ୍ୟାଟ୍ରିନା ଏହି କ୍ୟାପସନ୍ ଲେଖିଥିବା ଆଲୋଚନା ହେଉଛି । ତେବେ ତାଙ୍କ ଫ୍ୟାନ୍ମାନେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି । ଆଉ ବେଶ୍ ଭଲ କମେଣ୍ଟ ମଧ୍ୟ ଦେଇଛନ୍ତି ।
Powered by Froala Editor