ଋଷିଙ୍କ ଶେଷ ସ୍ମୃତି :‘ଶର୍ମାଜୀ ନମକୀନ୍’ର ପୋଷ୍ଟର ରିଲିଜ

ଶର୍ମା ଜୀ ନମକୀନର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ଏହି ଫିଲ୍ମ ହେଉଛି ଋଷି କପୁରଙ୍କ ଶେଷ ଫିଲ୍ମ । ଋଷିଙ୍କ ୬୯ତମ ଜନ୍ମ ଦିନ ଅବସରରେ ନିର୍ମାତା ଦର୍ଶକମାନଙ୍କୁ ଏହି ସ୍ବତନ୍ତ୍ର ଉପହାର ଦେଇଛନ୍ତି । ତେବେ ଫିଲ୍ମର ପ୍ରଥମ ପୋଷ୍ଟର ଜାରି ହେଉ ହେଉ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏନେଇ ମେକର୍ସ ଫିଲ୍ମର ଦୁଇଟି ପୋଷ୍ଟର ରିଲିଜ୍ କରିଛନ୍ତି । କାହିଁକି ନା ଏହି ଫିଲ୍ମର ଅଧା ଭାଗରେ ଋଷି କପୁର ଥିବା ବେଳେ ଅନ୍ୟ ଭାଗରେ ପରେଶ ରାୱଲ ନଜର ଆସିବେ । ଏହା ବଲିଉଡର ପ୍ରଥମ ଫିଲ୍ମ ହେବ ଯେଉଁଥିରେ ଏହିପରି ପ୍ରସ୍ତୁତ କରାଯାଇଛି ।
ଏହି ପୋଷ୍ଟର ସେୟାର କରି ଫିଲ୍ମ ମେକର୍ସ ମାନେ ଲେଖିଛନ୍ତି, ଆମେ ଏକ ସ୍ବତନ୍ତ୍ର ଧରଣର ଫିଲ୍ମ ପୋଷ୍ଟର ରିଲିଜ୍ କରିଛୁ । ଏହି ଫିଲ୍ମରେ ପ୍ରସିଦ୍ଧ ଅଭିନେତା ଋଷି କପୁର, ଯାହାଙ୍କର ଅଭିନୟ ଜଗତରେ ସଫଳତାର କାମକୁ ସଦାସର୍ବଦା ସମ୍ମାନୀତ କରି ରଖାଯାଇଛି । ତାଙ୍କର ଲକ୍ଷାଧିକ ଫ୍ୟାନ୍ସଙ୍କୁ ମଧ୍ୟ ଉପହାର ଭାବେ ଶେଷ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ କରାଯାଇଛି । ଯାହାକୁ ନେଇ ପରେଶ ରାୱଲ୍ ମଧ୍ୟ ବହୁତ ବହୁତ ଧନ୍ୟବାଦ ଦେଇଛନ୍ତି ।
Powered by Froala Editor