ପରିବାର ଉପରେ ଖପ୍ପା : କନେଷ୍ଟବଳରୁ ହୋଇଗଲେ ଫୁଲ ବିକାଳି
ପୋଲିସ୍ କନେଷ୍ଟବଳରୁ ସେ ହୋଇଛନ୍ତି ଫୁଲ ବିକାଳି । ଏଭଳି ଜଣେ ମହିଳା କନେଷ୍ଟବଳଙ୍କୁ ଦୀର୍ଘ ୯ ମାସ ପରେ ଜଣେ ଖୋଜି ପାଇଛି ଛତିଶଗଡ଼ ପୋଲିସ୍ । ଏଭଳି ଅବସ୍ଥା ପାଇଁ ସେ ନିଜ ଘର ଲୋକଙ୍କୁ ଦାୟୀ କରିଛନ୍ତି । ନିଜ ପରିବାର ଓ ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଥିବାରୁ ନିଜେ ଘର ପରିବାର ଛାଡି ଚାଲିଆସିଥିଲେ ବୋଲି କହିଛନ୍ତି ।
ସୁଚନା ଅନୁସାରେ, ରାୟପୁର ପୋଲିସ୍ କନେଷ୍ଟବଳ ଅଜଂନା ସାହିସ ଦୀର୍ଘ ୯ମାସ ପୁର୍ବରୁ ରାୟପୁର ପୋଲିସ୍ କନେଷ୍ଟବଳ ଅଜଂନା ସାହିସଙ୍କୁ ସିଆଇଡ଼ି ବିଭାଗକୁ ପଦନ୍ନୋତି କରାଯାଇଥିଲା । ହେଲେ ଏହା ପରେ ସେ କାହାକୁ କିଛି ନଜଣାଇ କୁଆଡ଼େ ପଳାଇଯାଇଥିଲେ । ଏହା ପରେ ତାଙ୍କ ମା ମଧ୍ୟ ଅଗଷ୍ଟ ୨୧ ତାରିଖରେ ଝିଅ ହଜିଯିବାର ଏକ ରିପୋର୍ଟ ପୋଲିସ୍ ପାଖରେ କରିଥିଲେ । ହେଲେ ମୋବାଇଲ୍ ଦ୍ୱାରା ତାଙ୍କୁ ଟ୍ର।କ୍ କରିବା ଅସମ୍ଭବ ଥିଲା କାରଣ ସେ ମୋବାଇଲ୍ ବ୍ୟବହାର କରୁନଥିଲେ । ଏହା ପରେ ପୋଲିସ୍ ତାଙ୍କ ବ୍ୟାଙ୍କର ଏଟିଏମ କାର୍ଡ ବ୍ୟବହାର ପରେ ତାଙ୍କୁ ଖୋଜିଥିଲା । ବୃନ୍ଦାବନରେ କୃଷ୍ଣ ମନ୍ଦିର ବାହାରେ ସେ ଫୁଲ ବିକ୍ରି କରୁଥିବାର ଜଣାପଡ଼ିଛି । ଛତିଶଗଡ଼ ପୋଲିସ୍ ଟିମ୍ ଉଦ୍ଧାର କରିବାକୁ ଯାଇଥିଲେ ମଧ୍ୟ ସେ ଫେରିବେ ନାହିଁ ବୋଲି ସିଧା ସିଧା ମନା କରିଦେଇଥିଲେ ।
Powered by Froala Editor