ତାମିଲନାଡ଼ୁ-ୟୁପି-ପଂଜାବ ପାଇଁ ତୃତୀୟ ଲହର ହେବ ଅଧିକ ବିପଦ, କାହିଁକି ଜାଣନ୍ତୁ
ନୂଆଦିଲ୍ଲୀ : ୬୦ ବର୍ଷରୁ ଅଧିକ ବୟସର ଲୋକେ କରୋନା ସଂକ୍ରମିତ ହେବା ଆଶଙ୍କା ବହୁତ ଅଧିକ ଥିବାବେଳେ କିଛି ରାଜ୍ୟରେ ଉକ୍ତ ବୟସ ବର୍ଗରେ ଟିକାକରଣ କମ ରହିବା ଚିନ୍ତାଜନକ ହୋଇଛି । ତାମିଲନାଡ଼ୁ, ଉତ୍ତରପ୍ରଦେଶ, ପଂଜାବ, ଝାଡ଼ଖଣ୍ଡ, ବିହାର ଏବଂ ପଶ୍ଚିମବଙ୍ଗରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ସଂଖ୍ୟା ବହୁତ ଅଧିକ । କିନ୍ତୁ ଉପରୋକ୍ତ ରାଜ୍ୟମାନଙ୍କରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ମଧ୍ୟରେ ଟିକାକରଣ କମ ରହିଛି । ଅଗଷ୍ଟ ୨୭ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ୬୦ ବର୍ଷରୁ ଊର୍ଦ୍ଧ୍ୱ ପ୍ରତି ୧୦୦୦ ଲୋକରେ ଜାତୀୟ ହାରହାରୀ କୋଭିଡ ଡୋଜ ୯୪୭.୧୩ ଥିବାବେଳେ ତାମିଲନାଡ଼ୁରେ ଏହା ୫୨୩.୦୫, ଉତ୍ତରପ୍ରଦେଶରେ ୬୧୫.୧୨ ଏବଂ ପଶ୍ଚିମବଙ୍ଗରେ ୮୫୩.୪୮ ରହିଛି । ଉପରୋକ୍ତ ୩ ରାଜ୍ୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ୧ କୋଟିରୁ ଅଧିକ ଲୋକ ରହିଛନ୍ତି । କିନ୍ତୁ ଟିକାକରଣ ମନ୍ଥର ରହିଛି । ଆସନ୍ତା ତୃତୀୟ ଲହରରେ ଏହି ସବୁ ରାଜ୍ୟମାନଙ୍କରେ କୋଭିଡ ସଂକ୍ରମଣ ଏବଂ ମୃତୁ୍ୟ ଅଧିକ ରହିପାରେ ।
Powered by Froala Editor