‘ଡେଟଲ ବନେଗା ସ୍ୱସ୍ଥ ଇଣ୍ଡିଆ’ ଅଭିଯାନ ଅଧୀନରେ ରେକିଟ ଓ ହ୍ୱାଇଟହ୍ୟାଟ ଜୁନିୟର ମଧ୍ୟରେ ସହଭାଗିତା

ଭୁବନେଶ୍ୱର : ବିଶ୍ୱସ୍ତରର ଅଗ୍ରଣୀ ଉପଭୋକ୍ତା ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟରକ୍ଷା କମ୍ପାନୀ ରେକିଟ, ଯାହା ପୂର୍ବରୁ ଆରବି ନାମରେ ପରିଚିତ ଥିଲା, ଡେଟଲ ବନେଗା ସ୍ୱସ୍ଥ ଇଣ୍ଡିଆ ଅଭିଯାନ ଅଧୀନରେ ଏକ ଅନନ୍ୟ ଡିିଜିଟାଲ ସ୍କଲାସିପ୍ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ଅଗ୍ରଣୀ ପ୍ରଯୁକ୍ତି ଭିତ୍ତିକ ଶିକ୍ଷା କମ୍ପାନୀ ହ୍ୱାଇଟହ୍ୟାଟ ଜୁନିୟର ସହିତ ସହଭାଗିତା ସର୍ମ୍ପକରେ ଘୋଷଣା କରିଛି । ହ୍ୱାଇଟହ୍ୟାଟ୍ ଜୁନିୟର ସ୍ୱସ୍ଥ ଭାରତ ଟେକ୍ ଚାମ୍ପ୍ସ କାର୍ଯ୍ୟକ୍ରମ ବ୍ୟକ୍ତିଗତଠାରୁ ଘରୋଇ ଏବଂ ଗୋଷ୍ଠୀଠାରୁ ପରିବେଶ ପର୍ଯ୍ୟନ୍ତ ସମସ୍ତ ମାନବୀୟ ସ୍ପର୍ଶସ୍ଥଳଗୁଡିକୁ ପ୍ରଭାବିତ କରୁଥିବା ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟରକ୍ଷା ସମାଧାନ ସମ୍ପର୍କରେ ପୁନଃପରିକଳ୍ପନା କରିବାକୁ ୬-୧୮ ବର୍ଷ ବୟସର ପିଲାମାନଙ୍କୁ ପ୍ରେରଣା ଦେବାକୁ ଲକ୍ଷ୍ୟ ରଖିଛି । ଏହାର ଉର୍ଦ୍ଧ୍ୱରେ ସ୍କଲାରସିପ କାର୍ଯ୍ୟକ୍ରମ ଯୁବ ଭାରତୀୟଙ୍କୁ ଏକ ନିର୍ଦ୍ଦିଷ୍ଟ ବିଷୟରେ ଅଂଶଗ୍ରହଣ କରିବାକୁ ପରିଚାଳିତ କରିବ ଯେଉଁଥିପ୍ରତି ଦୃଷ୍ଟିଦେବାର ଜରୁରୀ ଆବଶ୍ୟକତା ରହିଛି ଏବଂ ତାହା ହେଉଛି ଆମ ଗୋଷ୍ଠୀଗୁଡିକ ମଧ୍ୟରେ ପରିମଳ ଏବଂ ସ୍ୱାସ୍ଥ୍ୟରକ୍ଷାର ଗୁରୁତ୍ୱର ପୁନଃ ସୁଦୃଢିକରଣ । ଯୁବଗୋଷ୍ଠୀଙ୍କ ଆଗ୍ରହ ବୃଦ୍ଧି ଲକ୍ଷ୍ୟନେଇ ଡିଜାଇନ କରାଯାଇଥିବା ଏହି କାର୍ଯ୍ୟକ୍ରମ ମଧ୍ୟରେ ପ୍ରଯୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଚାବି ଭାବରେ ସ୍ଥାନପାଇବ, ଯାହା ଦେଶରେ ସ୍ୱାସ୍ଥ୍ୟରକ୍ଷା ସମ୍ପର୍କିତ ପ୍ରସଙ୍ଗଗୁଡିକ ସମାଧାନ କରିବା ନିମନ୍ତେ ମୋବାଇଲ ଆପ୍ଲିକେସନ ସୃଷ୍ଟିକରିବ । ଇ ଆଣ୍ଡ ୱାଇ ଦ୍ୱାରା ଡିଜାଇନ କରାଯାଇଥିବା ସମସ୍ତଙ୍କ ପାଇଁ ଉନ୍ମୁକ୍ତ ଏହି ପ୍ରତିଯୋଗିତା ୬-୧୮ ବର୍ଷ ବୟସର ସମସ୍ତ ଭାରତୀୟ ଛାତ୍ରଛାତ୍ରୀଙ୍କୁ କୋଭିଡ-୧୯ ମହାମାରୀ ସମୟରେ ମଧ୍ୟ ରହିଥିବା ବହୁ ପୁରାତନ ସ୍ୱାସ୍ଥ୍ୟରକ୍ଷା ସମ୍ପର୍କିତ ସମସ୍ୟାଗୁଡିର ସମାଧାନ ସମ୍ପର୍କରେ ପୁନଃ ଚିନ୍ତା କରିବାକୁ ଆମନ୍ତ୍ରଣ କରୁଛି ।
ରେକିଟ ଦକ୍ଷିଣ ଏସିଆ ସିନିୟର ଭାଇସ ପ୍ରେସିଡେଣ୍ଟ ଶ୍ରୀ ଗୌରବ ଜୈନ କହିଛନ୍ତି, “ପ୍ରଯୁକ୍ତି ସହିତ ସାଂପ୍ରତିକ ପିଢିର ସଂପୃକ୍ତି ଅକଳ୍ପନୀୟ, ଏହା ସଂଯୁକ୍ତ ରହିବା, ନିୟୋଜିତ ରହିବା ଏବଂ ଜଟିଳ ପ୍ରସଙ୍ଗଗୁଡିକ କ୍ଷେତ୍ରରେ ଅଭିବ୍ୟକ୍ତି କ୍ଷେତ୍ରରେ ସେମାନଙ୍କ ପାଇଁ ମୁଖ୍ୟ ମାଧ୍ୟମ ହୋଇଛି । ଅପ୍ରତ୍ୟାଶିତ ମହାମାରୀ ଆମ ଜୀବନଧାରଣ, ଆମ ଖାଇବା, ଆମ ଆଚରଣ ଏବଂ ଦୈନନ୍ଦିନ ଜୀବନରେ ଆମେ ଯେଉଁଭଳି ସାମାଜିକ ଜୀବନ ବଞ୍ଚୁ, ସେସବୁଥିରେ ପରିବର୍ତ୍ତନ ଘଟାଉଥିବାବେଳେ ସ୍ୱାସ୍ଥ୍ୟ ଏବଂ ସ୍ୱାସ୍ଥ୍ୟରକ୍ଷା ଆମ ପାଇଁ ସର୍ବାଧିକ ଗୁରୁତ୍ୱ ଲାଭ କରୁଛି । ହ୍ୱାଇଟହ୍ୟାଟ ଜୁନିୟର ସହିତ ଆମର ସହଭାଗିତା ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟରକ୍ଷା ସମ୍ପର୍କିତ ଜରୁରୀ ଆବଶ୍ୟକତାର ତୁରନ୍ତ ସମାଧାନ ପନ୍ଥା ନିରୂପଣ ସହିତ ସେମାନଙ୍କ ପାଇଁ ଏହାକୁ ଆଜୀବନ ଅଗ୍ରାଧିକାର ବିଷୟରେ ପରିଣତ କରିବାର ପ୍ରୟାସ ହୋଇଛି । ପିଲାମାନେ ସ୍ୱାସ୍ଥ୍ୟରକ୍ଷାର ବାର୍ତ୍ତା ପ୍ରଚାର ପ୍ରସାର ଏବଂ ତାହାକୁ ଏକ ଅଭ୍ୟାସରେ ପରିଣତ କରିବା ପାଇଁ ଯେଉଁଭଳି ସୃଜନଶୀଳ ସମାଧାନ ଆଣୁଛନ୍ତି ତାହା ଦେଖି ଆମେ ଅତ୍ୟନ୍ତ ଉଲ୍ଲସିତ ।”
ହ୍ୱାଇଟହ୍ୟାଟ ଜୁନିୟର୍ର ପ୍ରତିଷ୍ଠାତା ଏବଂ ସିଇଓ ଶ୍ରୀ କରନ ବଜାଜ କହିଛନ୍ତି, “ପିଲାମାନେ ସ୍ୱାଭାବିକ ଭାବରେ ସୃଜନଶୀଳ ଏବଂ ଜିଜ୍ଞାସୁ ଏବଂ ସେମାନେ ପ୍ରଚଳିତ ଭାବଧାରା ସମ୍ପର୍କରେ ପୂର୍ବରୁ ଜାଣିନଥିବା ଅଥବା କ’ଣ କରାଯିବା ଉଚିତ ତାହା ଭିତରେ ଆବଦ୍ଧ ହୋଇନଥିବାରୁ, ସେମାନେ ଆଣୁଥିବା ସମାଧାନଗୁଡିକ ବସ୍ତୁତଃ ସଂପୂର୍ଣ୍ଣ ନୂଆ ହେଉଛି । ପିଲାମାନଙ୍କୁ ପ୍ରଯୁକ୍ତିର କେବଳ ପରୋକ୍ଷ ବ୍ୟବହାରକାରୀ ହେବା ପରିବର୍ତ୍ତେ ସେମାନଙ୍କୁ ସର୍ଜନକାରୀରେ ପରିଣତ କରିବା ଦିଗରେ ହ୍ୱାଇଟହ୍ୟାଟ ଜୁନିୟର୍ର ଏହି ଅଭିଯାନ ବାସ୍ତବବାଦୀ ପ୍ରୟାସ ହୋଇଛି ।”
ରେକିଟ ଏଏମଇଏସଏର ଏକ୍ସଟର୍ନାଲ ଆଫେୟାର୍ସ ଏବଂ ପାର୍ଟନରସିପ୍ ଡାଇରେକ୍ଟର ଶ୍ରୀ ରବି ଭଟନାଗର କହିଛନ୍ତି, “ଡେଟଲ ବନେଗା ସ୍ୱସ୍ଥ ଇଣ୍ଡିଆରେ ଆମେ ବିଶ୍ୱାସ କରୁଛୁ ଯେ ଶିକ୍ଷା ସାମାଜିକ ପରିବର୍ତ୍ତନରେ ନିର୍ଣ୍ଣାୟକ ହୋଇପାରିବ ଏବଂ ଏହା ପିଲାମାନଙ୍କୁ ସଶକ୍ତ କରିବାର ଏକ ସାଧନ ହେବ । ଆମେ ସାମାଜିକ ସଚେତନ ମସ୍ତିଷ୍କଗୁଡିକୁ ଏହି ବିଷୟ ଉପରେ ପୁନଃ ଚିନ୍ତାକରିବା ଏବଂ ଯେଭଳି ଅଧିକରୁ ଅଧିକ ପିଲା ଏହି ଅଭିଯାନରେ ସାମିଲ ହୋଇ ଏକ ପାର୍ଥକ୍ୟ ଆଣିପାରିବେ, ସେଥିପାଇଁ ସେମାନଙ୍କୁ ଏକ ମଞ୍ଚ ଯୋଗାଇ ଦେବାକୁ ଚାହିଁଥିଲୁ । ଏହି ଅନନ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭକୁ ନେଇ ଆମେ ଅତ୍ୟନ୍ତ ଉଲ୍ଲସିତ ଏବଂ ଏହି ସମସ୍ତ ସମାଧାନକୁ ନେଇ ସ୍ୱାସ୍ଥ୍ୟ ସମ୍ପର୍କିତ ବିଷୟଗୁଡିକରେ ଉନ୍ନତି ଆଣିବା ଆଶା ରଖୁଛୁ ।”
ଶ୍ରେଷ୍ଠ ୫୦ ଛାତ୍ରଛାତ୍ରୀଙ୍କୁ ରେକିଟ ନିକଟରୁ ୫୦,୦୦୦ ଟଙ୍କା ସ୍କଲାରସିପ୍ ଯୋଗାଇ ଦିଆଯିବ । ଛଅମାସ ଅବଧିର ଏହି ଅଭିଯାନ ତିନିଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ:
+ ମୁକ୍ତ ଚିନ୍ତାଧାରା ଦାଖଲ (ଏପ୍ରିଲ ୧୨- ମେ ୧୩, ୨୦୨୧)
+ ଦାଖଲ ହୋଇଥିବା ଶ୍ରେଷ୍ଠ ୨୦୦ ଚିନ୍ତାଧାରା ପାଇଁ ହ୍ୱାଇଟହ୍ୟାଟ ଜୁନିୟର ପକ୍ଷରୁ ମାର୍ଗଦର୍ଶନ କରାଯିବ ଯାହା ସେମାନଙ୍କୁ ସେମାନଙ୍କ ଚିନ୍ତାଧାରାକୁ ଅଧିକ ଶାଣିତ କରିବାରେ ସହାୟକ ହେବ ଏବଂ ଅଂଶଗ୍ରହଣକାରୀଙ୍କୁ ମୋବାଇଲ ଆପ୍ଲିକେସନ ବିକାଶ କରିବା ନିମନ୍ତେ ପ୍ରସ୍ତୁତ କରିବ ।
+ ଶ୍ରେଷ୍ଠ ୫୦ ଛାତ୍ରଛାତ୍ରୀ ବିଜେତା ମନୋନୟନ
ଗତ ଛଅବର୍ଷ ଧରି ଡେଟଲ ବନେଗା ସ୍ୱସ୍ଥ ଇଣ୍ଡିଆ ୧୩ ନିୟୁତ ଶିଶୁଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ଏବଂ ପରିମଳ ଅଭ୍ୟାସ ଦିଗରେ ବାସ୍ତବ ଆଚରଣଗତ ପରିବର୍ତ୍ତନ ଆଣିବା ଦିଗରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଆସିଛି । ଏହି ଅଭିଯାନରେ ସଦ୍ୟତମ କାର୍ଯ୍ୟସୂଚୀ ହେଇଛି ଏକ ନିରାପଦ ଆଗାମୀ କାଲି ପାଇଁ ଏକ ପରିଚାୟକ ଭାବରେ ଆତ୍ମଯତ୍ନ ଅଭ୍ୟାସ ପାଳନ କରିବାକୁ ଭାରତୀୟ ଜନସମୁଦାୟଙ୍କୁ ଉତ୍ସାହିତ କରିବା । ଏହି ମହାମାରୀ ସ୍ୱାସ୍ଥ୍ୟଯତ୍ନ ପ୍ରତି ଆଭିମୁଖ୍ୟରେ ଆମୂଳଚୁଳ ପରିବର୍ତ୍ତନ ଆଣିଛି । ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟରକ୍ଷା ଓ ପରିମଳ ଲୋକଙ୍କ ଜୀବନରେ ଅଗ୍ରାଧିକାର ସ୍ଥାନ ନେଇଛି ଏବଂ ଏହି ଅଭିଯାନର ପ୍ରୟାସ ଉତ୍ତମ ସ୍ୱାସ୍ଥ୍ୟାଭ୍ୟାସ, ପରିମଳ ଏବଂ ପର୍ଯ୍ୟାପ୍ତ ପୁଷ୍ଟିସାଧନ ସହିତ ନିରନ୍ତର ପଦ୍ଧତି ଜରିଆରେ ପରିବେଶ ସୁରକ୍ଷା କରିବା ବିଷୟର ପ୍ରଚାର ପ୍ରସାର କରିବା ଉପରେ ଦୃଷ୍ଟିନିବଦ୍ଧ କରୁଛି । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସବିସ୍ତୃତ ଜାଣିବାକୁ ଦୟାକରି ଯାଆନ୍ତୁ techchamps.whitehatjr.com