ଅଫଲାଇନ ଯୁକ୍ତ ଦୁଇ ପରୀକ୍ଷା ପାଇଁ କିପରି କରିବେ ଅବେଦନ ଜାଣନ୍ତୁ

ଭୁବନେଶ୍ୱର: ଗତ କିଛି ଦିନ ତଳେ ପ୍ରକାଶ ପାଇଥିଲା ଯୁକ୍ତ ଦୁଇ ପରୀକ୍ଷା ଫଳ । କରୋନା ମହାମାରୀ ଯୋଗୁଁ ଏବର୍ଷ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଗୃହରେ ବସି ପରୀକ୍ଷା ଦେଇନଥିଲେ । ଦଶମ ପରୀକ୍ଷା ଫଳ ଅନୁସାରେ ପରୀକ୍ଷା ଫଳ ନିର୍ଦ୍ଧାରିତ ହୋଇଥିଲା । ଏହି ପରୀକ୍ଷା ଫଳକୁ ନେଇ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ । ତେବେ ଏଥିପାଇଁ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ ବୋଲି ପରିଚାଲନା ବୈଠକ ନିଷ୍ପତ୍ତି ନେଇଥିଲା । ଏହି ନିଷ୍ପତ୍ତି ଅନୁସାରେ ଛାତ୍ରଛାତ୍ରୀ ମାନେ ଉଚ୍ଚ ମାଧ୍ୟମିକ ସ୍କୁଲ ଜରିଆରେ ପଞ୍ଜିକରଣ କରିପାରିବେ । ଛାତ୍ରଛାତ୍ରୀ ମାନେ କେବଳ ପ୍ରମୁଖ ବିଷୟ ଗୁଡିକରେ ପରୀକ୍ଷା ଦେବେ । ଏହି ବିଷୟ ଅନୁସାରେ ଅନ୍ୟ ବିଷୟବସ୍ତୁର ମୂଲ୍ୟାୟନ କରାଯିବ । ତେବେ କିପରି ଅଫଲାଇନ ପରୀକ୍ଷା ଅବେଦନ ଓ ପଞ୍ଜିକରଣ କରାଯିବ, ସେନେଇ ଆଜ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଗତକାଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କମିଟିର ବୈଠକରେ ନିଷ୍ପତ୍ତି ହୋଇଛି ।
Powered by Froala Editor