‘ମନି ହାଇଷ୍ଟ’ କ୍ରେଜ୍ : ୩ ତାରିଖ ଦିନ ଛୁଟି ଘୋଷଣା କଲା ଜୟପୁରର କମ୍ପାନୀ

'ମନି ହାଇଷ୍ଟ୍' ୱେବ ସିରିଜ ଶେଷ ସିଜିନର ଦୁଇଟି ପାର୍ଟ ଓଟିଟି ଫ୍ଲାଟପର୍ମ ନେଟଫ୍ଲିକ୍ସରେ ଉପଲବ୍ଧ ହେବ। ପ୍ରଥମଟି ସେପ୍ଟେମ୍ବର ୩ରେ ରିଲିଜ ହେବାକୁ ଥିବା ବେଳେ, ଦ୍ୱିତୀୟଟି ଡିସେମ୍ବର ୩ରେ ଆସିବ ବୋଲି ଘୋଷଣା ହୋଇଛି । ତେବେ ଏହି ୱେବସିରିଜର କ୍ରେଜ୍ ଏତେ ମାତ୍ରାରେ ରହିଛି ଯେ, ଏକ କମ୍ପାନୀ ଏଥିପାଇଁ ୩ ତାରିଖ ଦିନ ଛୁଟି ଘୋଷଣା କରିଛି ।
ମନି ହାଇଷ୍ଟ ୱେବ ସିରିଜର କ୍ରେଜ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଦେଖିବାକୁ ମିଳିଛି । ୱେବ ସିରିଜଟି ଡକାୟତି କାହାଣୀ ଉପରେ ଆଧାରିତ। ପ୍ରଫେସର ଓ ତାଙ୍କ ଗ୍ୟାଙ୍ଗ କିଭଳି ଡକାୟତି କରୁଛନ୍ତି ତାକୁ ନେଇ ତିଆରି ହୋଇଛି ଏହି ୱେବସିରିଜ୍ । ପ୍ରଫେସର ଓ ବର୍ଲିନଙ୍କ ଅଭିନୟକୁ ବେଶ ପସନ୍ଦ କରୁଥିଲେ । ପୂର୍ବରୁ ଏହାର ୪ଟି ସିଜିନ ଆସିସାରିଥିବା ବେଳେ ସେପ୍ଟେମ୍ବର ୩ରେ ରିଲିଜ ହେବାକୁ ଯାଉଛି ମନି ହାଇଷ୍ଟର ଶେଷ ସିଜିନ। ଏହି ଲୋକପ୍ରିୟ ୱେବସିରିଜର ଶେଷ ସିଜିନ ପାଇଁ ଲୋକେ ଅପେକ୍ଷା କରି ରହିଥିବା ବେଳେ ଏହା ଆସନ୍ତା ୩ ତାରିଖରେ ରିଲିଜ ହେବାକୁ ଯାଉଛି। ୱେବସିରିଜ କ୍ରେଜ ଦେଖି ରାଜସ୍ଥାନ ଜୟପୁରର ଏକ କମ୍ପାନି ତା କର୍ମଚାରୀଙ୍କୁ ସେପ୍ଟେମ୍ବର ୩ ଦିନ ଛୁଟି ଘୋଷଣା କରିଛି। କମ୍ପାନି ତାର କର୍ମଚାରୀଙ୍କ ପାଇଁ ନେଟ ଫ୍ଲିକ୍ସ ଏବଂ ଚିଲ ହଲି ଡେ ଛୁଟି ରୂପେ ଘୋଷଣା କରିଛି। କମ୍ପାନିର ସିଇଓ ଅଭିଷେକ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କର୍ମଚାରୀଙ୍କ ପାଇଁ ଦିନଟିଏ ଛୁଟି ଘୋଷଣା କରିଥିବା କହିଛନ୍ତି।
Powered by Froala Editor