ନୂଆ ବେଞ୍ଚମାର୍କ ପ୍ରତିଷ୍ଠା କଲା ‘ଶେରଶାହ’: ୨ ସପ୍ତାହରେ ୨୧୦ ଦେଶରେ ଷ୍ଟ୍ରିମିଂ

‘ଶେରଶାହ’ ସତ୍ୟ ଜୀବନ କାହାଣୀ ଉପରେ ଆଧାରିତ । କ୍ୟାପ୍ଟେନ ବିକ୍ରମ ବତ୍ରାଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମ ଏବେ ଭାରତରେ ଆମାଜନ ପ୍ରାଇମ ଭିଡିଓରେ ସବୁଠାରୁ ଅଧିକ ଦେଖାଯାଇଥିବା ଫିଲ୍ମ ପାଲଟିଛି । ରିଲିଜ ହେବାର ପ୍ରଥମ ଦୁଇ ସପ୍ତାହରେ 'ଶେରଶାହ' ସିନେମାକୁ ୪୧୦୦ ସହର ସହିତ ବିଶ୍ବରେ ୨୧୦ଟି ଦେଶରେ ଷ୍ଟ୍ରିମିଂ କରାଯାଇଛି।
ଏହି ସଫଳତା ପରେ ନିର୍ମାତା କରନ ଜୋହର କହିଛନ୍ତି ଯେ, ଶେରଶାହ ଫିଲ୍ମ ସବୁବେଳେ ସେମାନଙ୍କ ହୃଦୟର ନିକଟତର ରହିଛି। ଶେରଶାହ ପରମବୀର ଚକ୍ର ବିଜେତା କ୍ୟାପ୍ଟେନ ବିକ୍ରମ ବତ୍ରାଙ୍କ କାହାଣୀ, ଯାହାକୁ କେବେ ବି କୌଣସି ଭାରତୀୟ ଭୁଲି ପାରିବେ ନାହିଁ। ଏହି କାହାଣୀ ଜରିଆରେ ତାଙ୍କ ଜୀବନ, ଜୁନୁନ, ଦେଶ ଓ ଡିମ୍ପଲଙ୍କ ପାଇଁ ତାଙ୍କ ଭିତରେ ଥିବା ପ୍ରେମର ଗଭୀରତା ଦେଖାଇବା ସହିତ କେଉଁ ଜିନିଷ ତାଙ୍କୁ ବାହାଦୂର କଲା ତାହା ବି ଦେଖିବାକୁ ମିଳୁଛି। ସିଦ୍ଧାର୍ଥ ମାଲହୋତ୍ରା ଓ କିୟାରା ଆଡଭାଣୀଙ୍କ ଅଭିନୟ ଓ ବିଷ୍ଣୁଙ୍କ ନିର୍ଦେଶନାକୁ ମିଳୁଥିବା ଭଲପାଇବା ଦେଖି ଗର୍ବ ଅନୁଭବ ହେଉଛି ବୋଲି କରନ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଆଇଏମଡିବିରେ ଏପର୍ଯ୍ୟନ୍ତର ସବୁଠାରୁ ଲୋକପ୍ରିୟ ହିନ୍ଦୀ ସିନେମା ଭାବେ 'ଶେରଶାହ' ଏକ ନୂଆ ବେଞ୍ଚମାର୍କ ପ୍ରତିଷ୍ଠା କରିଛି।
Powered by Froala Editor