ସେପ୍ଟେମ୍ବର ଗାଇଡ଼ଲାଇନ, ରୋଷଣୀ କରି ଯାଇପାରିବେ ବରଯାତ୍ରୀ
ଭୁବନେଶ୍ୱର : ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଗାଇଡ଼ଲାଇନ ଜାରି କରିଛନ୍ତି । ଗୋଟିଏ ପଟେ ସପ୍ତାହାନ୍ତ ସଟଡାଉନ ଉଠି ଯାଇଥିବାବେଳେ ଅପରପକ୍ଷରେ ବାହାଘର ଶୋଭାଯାତ୍ରାକୁ ଅନୁମତି ମିଳିଛି । ଅର୍ଥାତ ବାଜ ବଜେଇ, ରୋଷଣୀ କରି ବରଯାତ୍ରୀମାନେ ନାଚିନାଚି ଯାଇପାରିବେ । ତେବେ ମାତ୍ର ଶୋଭାଯାତ୍ରାରେ ମାତ୍ର ୫୦ ଜଣ ଯାଇପାରିବେ ବୋଲି କୁହାଯାଇଛି । ଏଥିପାଇଁ ସ୍ଥାନୀୟ ପ୍ରାଧିକୃତ ଅଧିକାରୀଙ୍କ ଠାରୁ ଅନୁମତି ମିଳିବ ବୋଲି ଏସଆରସି ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣାକ୍ରମେ ସପ୍ତାହାନ୍ତ ସଟଡାଉନ ଉଠାଇ ଦିଆଯାଇଛି । ଏବେ କଟକ, ପୁରୀ ଓ ଭୁବନେଶ୍ୱରରେ ଶନିବାର ଓ ରବିବାର ସଟଡାଉନ ଲାଗୁ କରାଯାଇଥିଲା । କିନ୍ତୁ ଏଣିକି ସପ୍ତାହାନ୍ତ ରହିବ ନାହିଁ ।
ସେହିପରି ଅନ୍ୟ ଗାଇଡ଼ଲାଇନଗୁଡ଼ିକ ହେଲା;
୧. ପୂର୍ବରୁ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫୁ୍ୟ ରହୁଥିବାବେଳେ ଏବେ ରାତି ୮ ବଦଳରେ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିପାରିବ । ଅର୍ଥାତ ରାତି ୧୦ ପରେ ନାଇଟ କର୍ଫୁ୍ୟ ଜାରିରହିବ ।
୨. ଧାର୍ମିକ, ରାଜନୈତିକ, ସାଂସ୍କୃତିକ ସମାବେଶରେ କଟକଣା ବଳବତର ରହିବ ।
୩. ମେଳା, ମହୋତ୍ସବ, ପ୍ରଦର୍ଶନୀ ଉପରେ ବାରଣ ଜାରିରହିବ ।
୪. ପ୍ରେକ୍ଷାଳୟ, ଅଡ଼ିଟୋରିୟମରେ ଗାଇଡ଼ଲାଇନ ମାନିବାକୁ ପଡ଼ିବ ।
୫. ବାହାଘର, ଅନ୍ତ୍ୟେଷ୍ଟି କାର୍ଯ୍ୟରେ ୨୫୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳିବ ।
୬. ସମସ୍ତ ମୁ୍ୟଜିୟମ, ପାଠାଗାର କୋଭିଡ଼ ନିୟମାନୁସାରେ ଖୋଲାଯିବ ।
୭. ସିନେମା ହଲରେ ଯେତିକି ସିଟ ସେତିକି ଲୋକ ଯାଇପାରିବେ ।
Powered by Froala Editor